ସିଏଏ ଲାଗୁ ହେବାପରେ ଖୁସି ହୋଇଯାଇଥିବା ସୀମା ହାଇଦରଙ୍କୁ କଟାକ୍ଷ କଲେ ଶିବସେନା ସାଂସଦ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ (ସିଏଏ) ବିଜ୍ଞପ୍ତି ଜାରି କରିଛନ୍ତି।  ସିଏଏ ବିଜ୍ଞପ୍ତି ଜାରି ହେବାପରେ ସରକାର ଭାରତକୁ ୨୦୧୪ ଡିସେମ୍ବର ୩୧ ସୁଦ୍ଧା ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ଆସିଥିବା ଅଣ ମୁସଲିମ ବ୍ୟକ୍ତିମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।

ସିଏଏ ବିଜ୍ଞପ୍ତି ଜାରି ହେବାପରେ ପାକିସ୍ତାନରୁ ଭାରତକୁ ନିଜ ପ୍ରେମିକ ସଚିନ ମିଣାଙ୍କ ପାଇଁ ଚାଲି ଆସିଥିବା ସୀମା ହାଇଦର ଏକ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସା କରିଛନ୍ତି।

ଭିଡିଓରେ ସୀମା କହିଛନ୍ତି, “ଭାରତ ସରକାର ଆମ ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ କରିଛନ୍ତି। ଆମେ ଏଥିରେ ବହୁତ ଖୁସି ଏବଂ ଏଥିପାଇଁ ସରକାରଙ୍କୁ ଅଭିନନ୍ଦନ ଜଣାଉଛୁ। ପ୍ରକୃତରେ ମୋଦୀଜୀ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା କରି ଦେଖାଇଛନ୍ତି। ଏହି ନିୟମ ହେତୁ ମୋର ନାଗରିକତ୍ୱକୁ ନେଇ ସୃଷ୍ଟି ହେଉଥିବା ସମସ୍ୟାର ଶୀଘ୍ର ସମାଧାନ ହୋଇଯିବ। ମୁଁ ମୋଦୀଙ୍କ ନିକଟରେ ଋଣୀ ହୋଇ ରହିବି। ତାଙ୍କୁ ବହୁତ ବହୁତ ଧନ୍ୟବାଦ। ”

ସୀମାଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଶିବସେନାର ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ପାକିସ୍ତାନର ମହିଳାଙ୍କୁ କଟାକ୍ଷ କରିଛନ୍ତି।

ପ୍ରିୟଙ୍କ‌ା ସୀମା ହାଇଦରଙ୍କୁ କଟାକ୍ଷ କରି କହିଛନ୍ତି, ‘ଭଉଣୀ ତୁମେ କେଉଁ କଥାକୁ ନେଇ ଉତ୍ସାହିତ ଅଛ, ଖୁସି ହୋଇଯାଇଛ ବୋଲି କହୁଛ ମୁଁ କିଛି ବୁଝି ପାରୁନି। ତୁମେ  ଜାଣି ରଖିବା ଉଚିତ କି ତୁମେ ପାକିସ୍ତାନରୁ ଆସିଥିବା ଅଣ ମୁସଲିମ ତାଲିକାରେ ଯାଉନାହଁ କି ୨୦୧୪ପୂର୍ବରୁ ଭାରତ ଆସିନାହଁ। ତେଣୁ ତୁମକୁ ନାଗରିକତା ସଂଶୋଧନ ଆଇନର କୌଣସି ଲାଭ ମିଳିବ ନାହିଁ।

 

ସମ୍ବନ୍ଧିତ ଖବର