ତୃତୀୟ ପର୍ଯ୍ୟାୟରେ ୬୫.୬୮% ମତଦାନ

ନୂଆଦିଲ୍ଲୀ: ନିର୍ବାଚନ କମିସନ ବୁଧବାର ରାତିରେ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନର ମତଦାନ ପ୍ରତିଶତକୁ ଅପଡେଟ୍‌ କରିଛନ୍ତି। ମେ’ ୮ ତାରିଖ ରାତି ୧୦ଟା ସୁଦ୍ଧା କମିସନଙ୍କ ଦ୍ବାରା ଦିଆଯାଇଥିବା ଅପଡେଟ୍‌ ତଥ୍ୟ ଅନୁଯାୟୀ ତୃତୀୟ ପର୍ଯ୍ୟାୟରେ ୬୫.୬୮ ପ୍ରତିଶତ ମତଦାନ ‌ହୋଇଛି। ତେବେ ୨୦୧୯ ‌ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ପ୍ରତିଶତଠାରୁ ଏହା ୧.୬୫ ପ୍ରତିଶତ କମ୍‌। କମିସନ୍‌ କହିଛନ୍ତି, ଏହି ସଂଖ୍ୟା ପୁଣିଥରେ ଅପଡେଟ୍‌ କରାଯିବ। ଉଲ୍ଳେଖଯୋଗ୍ୟ ଯେ ଗତ ମେ’ ୭ ତାରିଖରେ ୧୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍‌ ୯୩ ଆସନ‌ରେ ‌ଭୋଟ୍‌ ଗ୍ରହଣ ହୋଇଥିଲା। ୨୦୧୯ରେ ଏହି ନିର୍ବାଚନମଣ୍ଡଳୀ ଗୁଡ଼ିକରେ ୬୭.୩୩ ପ୍ରତିଶତ ମତଦାନ ‌ହୋଇଥିଲା।

ସମ୍ବନ୍ଧିତ ଖବର