ମାଗଣା ଆଧାର ଅପଡେଟ୍: ସମୟ ସୀମା ବଢ଼ିଲା ୩ ମାସ

ନୂଆଦିଲ୍ଲୀ: ପୁଣିଥରେ ସରକାରୀ ଯୋଜନା ଏବଂ ଦେଶରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟବହୃତ ଆଧାର କାର୍ଡ ବିଷୟରେ ଏକ ବଡ଼ ଅପଡେଟ୍ ଆସିଛି। ପୂର୍ବରୁ, ଲୋକମାନେ କେବଳ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ଆଧାର କାର୍ଡ ମାଗଣାରେ ଅପଡେଟ୍ କରିପାରିବେ ବୋଲି ଖବର ପ୍ରକାଶ ପାଇଥିଲା। ତେବେ ବର୍ତ୍ତମାନ ଏହି ତାରିଖ ବୃଦ୍ଧି କରାଯାଇଛି । ଲୋକମାନେ ତିନିମାସ ମଧ୍ୟରେ ଯେ କୌଣସି ସମୟରେ ସେମାନଙ୍କର ଆଧାର ଅପଡେଟ୍ କରିପାରିବେ। ୟୁଆଇଡିଏଆଇ କହିଛି ଯେ ଗତ କିଛି ମାସ ମଧ୍ୟରେ ଆଧାର ଅପଡେଟରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଏହାକୁ ଦୃଷ୍ଟିରେ ରଖି ଆଧାର ମାଗଣା ଅପଡେଟ୍ କରିବାର ତାରିଖ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଜଣେ ବ୍ୟକ୍ତି ଆଗାମୀ ତିନି ମାସ ଅର୍ଥାତ୍ ୧୪ ଜୁନ୍ ୨୦୨୪ ପର୍ଯ୍ୟନ୍ତ ମାଗଣାରେ ଆଧାର ଅପଡେଟ୍ କରିପାରିବେ।

ଜଣେ ବ୍ୟକ୍ତି ୟୁଆଇଡିଏଆଇର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଅପଡେଟ୍ କରିପାରିବେ। ଏହି ୱେବସାଇଟ୍ କୁ ଯାଇ‘ଆଧାର ଅପଡେଟ୍’ ଅପ୍ସନ୍ ଉପରେ କ୍ଲିକ୍ କରିବାକୁ ପଡିବ। ପରେ ଡକ୍ୟୁମେଣ୍ଟ୍ ଅପଡେଟ୍ କୁ ଯାଞ୍ଚ କରିବାକୁ ହେବ। ପରିଚୟ ପତ୍ରର ସ୍କାନ୍ ହୋଇଥିବା କପି ଏବଂ ନିମ୍ନ ଡ୍ରପ୍ ତାଲିକାରୁ ଠିକଣା ପ୍ରମାଣ ଅପଲୋଡ୍ କରିବାକୁ ହେବ। ଶେଷରେ, ସବମିଟ୍ ଉପରେ କ୍ଲିକ୍ କଲେ ଏକ ରିକ୍ବେଷ୍ଟ ନମ୍ବର ମିଳିବ। ଯାହା ମାଧ୍ୟମରେ ଆଧାର ଅପଡେଟ୍ ର ସ୍ଥିତି ଟ୍ରାକ୍ କରାଯାଇପାରିବ। କିଛି ଦିନ ପରେ ଆଧାର କାର୍ଡ ଅପଡେଟ୍ ହେବ।

ସାଧାରଣତଃ ଆଧାର ଆଧାର କାର୍ଡକୁ ଅପଡେଟ୍ କରିବା ପାଇଁ ଆଧାର କେନ୍ଦ୍ରରେ ୫୦ ଟଙ୍କା ଦେୟ ଦେବାକୁ ପଡିଥାଏ। କିନ୍ତୁ ବର୍ଦ୍ଧିତ ସମୟସୀମା ମଧ୍ୟରେ ଏହାକୁ ମାଗଣାରେ ଅପଡେଟ୍ କରିହେବ।

ସମ୍ବନ୍ଧିତ ଖବର