ଚିଦମ୍ବରମଙ୍କୁ ଛିଗୁଲେଇଲେ ଅମର ସିଂହ, ଜେଲ୍‌ରେ କେମିତି ଲାଗୁଛି?

ଲକ୍ଷ୍ନୌ: ରାଜ୍ୟସଭା ସାଂସଦ ଅମର ସିଂହ ତିହାର ଜେଲ୍‌ରେ ବନ୍ଦୀ ଥିବା ପୂର୍ବ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମଙ୍କୁ ସହାନୁଭୂତି ଜଣାଇବା ବାହାନାରେ ଛିଗୁଲେଇଛନ୍ତି। ଅମର ଟ୍ବିଟ୍‌ କରି କହିଛନ୍ତି- ପ୍ରଥମ ଥର ପାଇଁ ମୋର ପୁରୁଣା ପରିଚିତ ପି. ଚିଦମ୍ବରମଙ୍କ ପାଇଁ ଗଭୀର ସହାନୁଭୂତି ଅନୁଭବ କରୁଛି। ମୋର କିଡ୍‌ନି ପ୍ରତିରୋପଣ ପରେ ଚିଦମ୍ବରମ ମତେ ଜେଲ୍‌ ପଠାଇ ଦେଇଥିଲେ ଏବଂ ମୁଁ ମଧ୍ୟ ସେହି ସମାନ ଚଟାଣରେ ବିନା ତକିଆରେ ଶୋଉଥିଲି। ଆଜି ଇତିହାସର ପୁନରାବୃତ୍ତି ହୋଇଛି। ଆପଣଙ୍କୁ ଜେଲ୍‌ରେ କେମିତି ଲାଗୁଛି? ଅମର ସିଂହଙ୍କ ଏହି ଟ୍ବିଟ୍‌ ଚିଦମ୍ବରମ ଓ କଂଗ୍ରେସ ପାଇଁ କଟା ଘା’ରେ ଚୂନ ଦେଲା ଭଳି ହୋଇଛି।

ସମ୍ବନ୍ଧିତ ଖବର