କେବଲ୍‌ ଟିଭି ନିୟମରେ ସଂଶୋଧନ, ଅଭିଯୋଗର ସମାଧାନ ପାଇଁ ନୂଆ ବୈଧାନିକ ପ୍ରାବଧାନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି କେବଲ୍‌ ଟେଲିଭିଜନ ନେଟ୍‌ୱର୍କ ନିୟମ, ୧୯୯୪ରେ ସଂଶୋଧନ କରିଛନ୍ତି ଏବଂ ଏ ବାବଦରେ ଅଧିସୂଚନା ଜାରି କରିଛନ୍ତି। ଏଥିରେ କେବଲ୍‌ ‌ଟିଭି ନେଟ୍‌ୱର୍କ ଅଧିନିୟମ, ୧୯୯୫ର ପ୍ରାବଧାନ ଅନୁସାରେ ଚ୍ୟାନେଲ୍‌ ଦ୍ବାରା ପ୍ରସାରିତ ବିଷୟ ସଂପର୍କିତ ନାଗରିକଙ୍କ ଅଭିଯୋଗ ସମାଧାନ ପାଇଁ ନୂଆ ଆଇନଗତ ପ୍ରକ୍ରିୟା ଉପଲବ୍ଧ କରାଯାଇଛି। ବର୍ତ୍ତମାନର ନିୟମ ଆଧାରରେ କାର୍ଯ୍ୟକ୍ରମ ଏବଂ ବିଜ୍ଞାପନ ପାଇଁ ନିୟମ ଉଲ୍ଲଂଘନ ସଂକ୍ରାନ୍ତ ଅଭିଯୋଗ ଦୂର କରିବା ନିମନ୍ତେ ଯେଉଁ ସଂସ୍ଥାଗତ ବ୍ୟବସ୍ଥା ରହିଛି ତାହା ଏକ ଆନ୍ତଃ ମନ୍ତ୍ରାଳୟ କମିଟି ମାଧ୍ୟମରେ କାର୍ଯ୍ୟ କରୁଛି ।

ଏହା ସହିତ ବିଭିନ୍ନ ପ୍ରସାରଣକାରୀମାନେ ଅଭିଯୋଗ ସମାଧାନ ପାଇଁ ନିଜସ୍ବ ନିୟାମକ ବ୍ୟବସ୍ଥା ବିକଶିତ କରିଛନ୍ତି। ଏହା ସତ୍ତ୍ବେ ମଧ୍ୟ ଅଭିଯୋଗର ସଠିକ୍‌ ଫଏସଲା ହେଉନଥିବାରୁ ଏକ ବୈଧାନିକ ପ୍ରକ୍ରିୟା ଜରୁରୀ ହୋଇପଡ଼ିଥିଲା। କେତେକ ପ୍ରସାରଣକାରୀ ନିଜର ସଂଘ ମାଧ୍ୟମରେ ଆଇନଗତ ପ୍ରାବଧାନ ରଖିବା ପାଇଁ ଅନୁରୋଧ କରିଥିଲେ। ନାଗରିକଙ୍କ ଅଭିଯୋଗ ଆଧାରରେ ତ୍ବରିତ ଏବଂ ଫଳପ୍ରଦ ସମାଧାନ ଦିଗରେ ଏହି ନୂଆ ବୈଧାନିକ ପ୍ରକ୍ରିୟା ନିର୍ଣ୍ଣାୟକ ଭୂମିକା ନେବ ବୋଲି ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି। ବର୍ତ୍ତମାନ ଦେଶରେ ୯୦୦ରୁ ଅଧିକ ଟେଲିଭିଜନ ଚ୍ୟାନେଲ ରହିଛି, ଯାହାକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦ୍ବାରା ଅନୁମତି ଦିଆଯାଇଛି ।

ସମ୍ବନ୍ଧିତ ଖବର