ପାକିସ୍ତାନର ନୁହେଁ, ପାକ୍‌ ଅଧିକୃତ କଶ୍ମୀରରେ ଚାଲୁଛି ଆତଙ୍କବାଦୀଙ୍କ ରାଜ୍‌ : ସେନାମୁଖ୍ୟ ବିପିନ ରାଓ୍ଵତ୍‌

ନୂଆଦିଲ୍ଲୀ : ସେନାମୁଖ୍ୟ ବିପିନ ରାଓ୍ଵତ୍‌ ପାକ୍‌ ଅଧିକୃତ କଶ୍ମୀରକୁ ନେଇ ଶୁକ୍ରବାର ଏକ ବଡ଼ ବୟାନ ଦେଇଛନ୍ତି । ପାକ୍‌ ଅଧିକୃତ କଶ୍ମୀରରେ ପାକିସ୍ତାନ ସରକାରଙ୍କର ନୁହେଁ ବରଂ ଆତଙ୍କବାଦୀଙ୍କ ରାଜ୍‌ ଚାଲୁଛି ବୋଲି ମତ ରଖିଛନ୍ତି ସେନାମୁଖ୍ୟ ବିପିନ ରାଓ୍ଵତ୍‌ । ସେନା କମାଣ୍ଡରଙ୍କ ସମ୍ମିଳନୀରେ ଯୋଗ ଦେଇ  ରାଓ୍ଵତ୍‌ ଏଭଳି ମତ ରଖିଥିବା ଜଣାପଡ଼ିଛି ।

Image result for army-chief-general-bipin-rawat
Times of India

ଏହି  ସମ୍ମିଳନୀରେ ଯୋଗ ଦେଇ ବିପିନ ରାଓ୍ଵତ୍‌ କହିଥିଲେ କି, ଯେତେବେଳେ ଆମେ ଜମ୍ମୁ-କଶ୍ମୀର ବୋଲି କହୁ, ସେଥିରେ ପାକ୍‌ ଅଧିକୃତ କଶ୍ମୀର ଓ ଗିଲଗିଟ୍‌ ବାଲ୍‌ଟିସ୍ତାନ ମଧ୍ୟ ଆସେ । ଯାହାକୁ ଆମର ବିରୋଧି ଦେଶ ପାକିସ୍ତାନ ବେଆଇନ୍‌ ଭାବେ ଅକ୍ତିଆର୍‌ କରି ନେଇଛି । କିନ୍ତୁ ସେଠାରେ ପାକିସ୍ତାନର ନୁହଁ ବରଂ ଆତଙ୍କବାଦୀମାନଙ୍କର ରାଜ୍‌ ଚାଲିଛି ବୋଲି କହିଥିଲେ । ଏହା ସହ ଭାରତୀୟ ସେନାକୁ ଉନ୍ନତମାନର ଅତ୍ୟାଧୁନିକ  ଅସ୍ତ୍ରଶସ୍ତ୍ର ଯୋଗାଇବା ନେଇ ଆମର ପ୍ରୟାସ ଜାରି ରହିଛି ବୋଲି ସେ ସେନା  କମାଣ୍ଡରଙ୍କୁ ଜଣାଇଥିଲେ ।

ସମ୍ବନ୍ଧିତ ଖବର