କାହିଁକି ବାୟୁସେନା ୭ଷ୍ଟାର ବାଲାକୋଟ କ୍ୟାମ୍ପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବା ପାଇଁ ବାଛିଥିଲେ ଜାଣନ୍ତୁ

ନୂଆଦିଲ୍ଲୀ: ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ପାକ୍‌ ଅଧିକୃତ କାଶ୍ମୀରରୁ ଶହେରୁ ଊର୍ଧ୍ୱ ଆତଙ୍କବାଦୀ ଓ ସେମାନଙ୍କ ଟ୍ରେନର୍ସଙ୍କୁ ବାଲାକୋଟ ସ୍ଥାନାନ୍ତର କରି ଦିଆଯାଇଥିଲା। ଏହାପରେ ପାକିସ୍ତାନ ଆଶ୍ୱସ୍ତ ଭାବେ ବସି ଯାଇଥିବା ଖବର ମିଳିିଲା। ଜଙ୍ଗଲରେ ଘେରି ରହିଥିବା ପାହାଡିଆ ଅଞ୍ଚଳରେ ଥିବା ରିସର୍ଟ ଷ୍ଟାଇଲ୍‌ ହୋଟେଲ  ତଥା ୭ ଷ୍ଟାର କ୍ୟାମ୍ପରେ ପାକିସ୍ତାନ ଆତଙ୍କବାଦୀଙ୍କୁ ଲୁଚାଇ ରଖିଥିଲା। ସେ ଏହି ପ୍ରସ୍ତୁତି ୨୦୧୬ରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌କୁ ଦୃଷ୍ଟିରେ ରଖି କରିଥିଲା। କିନ୍ତୁ ଚଳିତ ଥର ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍‌ କିଛି ଅଲଗା ଭାବେ କରାଯାଇଥିଲା।

ସୂଚନାଯୋଗ୍ୟ, ଭାରତୀୟ ବାୟୁସେନା ଦ୍ୱାରା କରାଯାଇଥିବା ଏହି ସର୍ଜିକାଲ ଷ୍ଟ୍ରାଇକ୍‌ରେ ବାଲାକୋଟର ଏହି ଅଞ୍ଚଳକୁ ଟାଗେର୍ଟ କରିବା ପାଇଁ ସୁବିଧା ହୋଇଥିଲା। ପାକିସ୍ତାନରୁ ସଞ୍ଚାଳିତ ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଇ-ମହମ୍ମଦର ଏହା ଏକ ବଡ଼ କ୍ୟାମ୍ପ ଥିଲା। ଭାରତୀୟ ବାୟୁସେନାର ଆକ୍ରମଣ ସମୟରେ ଏହି କ୍ୟାମ୍ପରେ ୩୨୫ଜଣ ଆତଙ୍କବାଦୀ ଓ ୨୫ରୁ ୨୭ଜଣ ଟ୍ରେନର୍ସ ମହଜୁଦ ଥିଲେ। କିଛି କ୍ଷଣ ମଧ୍ୟରେ ଭାରତୀୟ ବାୟୁ ସେନା ପାଖାପାଖି ୩୦୦ ଆତଙ୍କବାଦୀଙ୍କୁ ନିହତ କରିଥିବା ସୂଚନା ମିଳିଛି।

ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରକାଶ, ଜୈସ୍‌-ଇ-ମହମ୍ମଦର ଅନେକ ଆତଙ୍କବାଦୀ ଓ ସେମାନଙ୍କ ଟେନର୍ସକୁ ବାଲାକୋଟ ସ୍ଥାନାନ୍ତର କରି ଦିଆଯାଇଥିଲା। ଏହି କ୍ୟାମ୍ପରେ ୫୦୦ରୁ ୭୦୦ଲୋକ ରହିବାର କ୍ଷମତା ରହିଛି। ଏଠାରେ ଏକ ସୁଇମିଂ ପୁଲ ବି ରହିଛି। ଆତଙ୍କବାଦୀଙ୍କ ଏହି କ୍ୟାମ୍ପରେ ୨୦୦ ଏକେ-୪୭ ରାଇଫଲ, ବହୁ ମାତ୍ରାରେ ହାତ ତିଆରି ଗ୍ରେନେଡ, ବିସ୍ଫୋରକ ଓ ଡେନୋଟର୍ସ ମହଜୁଦ ଥିବା ଜଣାପଡ଼ିଥିଲା। ୨୬ ଫେବ୍ରୁଆରି ପ୍ରତ୍ୟୁଷରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଏହି ବିଶାଳ, ଉନ୍ନତ, ପ୍ରଶିକ୍ଷଣ ଶିବିର ଉପରେ ବୋମାମାଡ କରିଛନ୍ତି।

ବାଲାକୋର୍ଟ ଜୈସ୍‌-ଇ-ମହମ୍ମଦ ଓ ଅନ୍ୟ ଆତଙ୍କବାଦୀମାନଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କେନ୍ଦ୍ର ଥିଲା। ଆତଙ୍କବାଦୀ ପ୍ରଶିକ୍ଷକମାନଙ୍କୁ  ପ୍ରଶିକ୍ଷିତ କରିବା ପାଇଁ ସେଠାରେ ଅନେକ ସାମଗ୍ରୀ ମହଜୁଦ ଥିଲା। ଏହାର ବ୍ୟବହାର ଲଢ଼େଇ ସମୟରେ କରାଯାଇଥାଏ। ଜେଇଏମ୍‌ ପୂର୍ବରୁ ଶିବିରର ଉପଯୋଗ ହିଜବୁଲ ମୁଜାହିଦିନ ଦ୍ୱାରା କରାଯାଇଥାଏ।

ଏହି ଶିବିରଟି କୁନହାର ନଦୀ କୂଳରେ ଅବସ୍ଥିତ ଥିଲା। ଏହି କ୍ୟାମ୍ପରେ ଆତଙ୍କବାଦୀଙ୍କୁ ଜଳ କୌଶଳ ପ୍ରଶିକ୍ଷଣ ବି ଦିଆଯାଉଥିଲା। ଜୈସ୍‌-ଇ-ମହମ୍ମଦ ସଙ୍ଗଠନର ଏହି ଶିବିରରେ ୨୦୦ରୁ ଅଧିକ ଆତଙ୍କବାଦୀ ଥିଲେ। ଏମାନଙ୍କୁ ପାକିସ୍ତାନର ପୂର୍ବତନ ସେନା ପ୍ରଶିକ୍ଷଣ ଦେଉଥିଲେ। ଏଠାରେ ଦୌରା-ଇ-ଖାସ୍‌ ଜରିଆରେ ପ୍ରଶିକ୍ଷଣ ଦିଆଉଥିଲା।

ସମ୍ବନ୍ଧିତ ଖବର