ନିର୍ବାଚନ ପୂର୍ବରୁ ବଡ଼ ଯୋଜନା: ପଶ୍ଚିମ ୟୁପିରେ ଶାହ, ଯୋଗୀ, ନଡ୍ଡା

ଘରକୁ ଘର ବୁଲି ଶାହଙ୍କ ନିର୍ବାଚନ ପ୍ରଚାର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ୨୦ ଦିନରୁ କମ୍‌ ସମୟ ଅଛି। ଫେବ୍ରୁଆରି ୧୦ ତାରିଖରେ ପଶ୍ଚିମ ଉତ୍ତରପ୍ରଦେଶରେ ନିର୍ବାଚନ ଅଛି। ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ମୁଖ୍ୟ ଜେପି ନଡ୍ଡା ପଶ୍ଚିମ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି। ଅମିତ ଶାହ ଆଜି କୈରାନାରେ ଘରକୁ ଘର ବୁଲି ପ୍ରଚାର କରିଛନ୍ତି ଏବଂ ଶାମ୍‌ଲିରେ ଏକ ବୈଠକରେ ଉଦ୍‌ବୋଧନ ଦେଇଛନ୍ତି। ନିର୍ବାଚନ ତାରିଖ ଘୋଷଣା ହେବାପରେ ଶାହଙ୍କର ଏହା ପ୍ରଥମ ଉତ୍ତରପ୍ରଦେଶ ଗସ୍ତ। ମୁଖ୍ୟମନ୍ତ୍ରୀ ଯୋଗୀ ଆଲିଗଡ଼ ଏବଂ ବୁଲନ୍ଦସହରରେ ନିର୍ବାଚନ ପ୍ରଚାରରେ ଥିବାବେଳେ ନଡ୍ଡା ବିଜନୋରରେ ଅଛନ୍ତି। କୈରାନା ଏକ ସମୟରେ ବିଜେପିର ଦଖଲରେ ଥିଲା। କିନ୍ତୁ ୨୦୧୪ ଉପନିର୍ବାଚନ ଏବଂ ୨୦୧୭ରେ ଏହା ସପା ଦଖଲକୁ ଚାଲି ଯାଇଛି।

ଉଲ୍ଲେଖଯୋଗ୍ୟ, ପଶ୍ଚିମ ଉତ୍ତରପ୍ରଦେଶ ଏକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଯୁଦ୍ଧକ୍ଷେତ୍ର। କାରଣ ଏଠାରେ କୃଷକମାନେ ଶାଦକ ଦଳ ଉପର ଅସନ୍ତୁଷ୍ଟ ଅଛନ୍ତି। ସେମାନଙ୍କ ଭୋଟ୍‌ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ତେଣୁ ଶାହ କୈରାନାରେ ଆଜି ଘରକୁ ଘର ବୁଲି ପ୍ରଚାର କରିଛନ୍ତି। ଶାହ ଆଜି ଶାମ୍‌ଲିରେ ଦଳୀୟ ନେତାମାନଙ୍କ ସହ ରୁଦ୍ଧଦ୍ବାର ବୈଠକ କରିଛନ୍ତି। ପଶ୍ଚିମ ଉତ୍ତରପ୍ରଦେଶରେ ବିଜେପିର ଖରାପ ପ୍ରଦର୍ଶନ ୨୦୨୪ ଲୋକସଭା ନିର୍ବାଚନକୁ ମଧ୍ୟ ପ୍ରଭାବିତ କରିବ। ତେଣୁ ବିଜେପି ଏଠାରେ କର ବାର ମର ସ୍ଥିତିରେ ଲଢ଼େଇ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର