ମାନିଲେ ବିଲ୍‌ କ୍ଲିଣ୍ଟନ୍‌: କାର୍ଯ୍ୟ ଚାପ ଯୋଗୁଁ ମୋନିକାଙ୍କ ସହ ସଂପର୍କ ବଢ଼ିଥିଲା

ୱାସିଂଟନ: ଆମେରିକାର ପୂର୍ବ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ ମୋନିକା ଲିୟୁନିସ୍କିଙ୍କ ସହ ତାଙ୍କ ସଂପର୍କ ନେଇ ଆଜି କିଛି ତଥ୍ୟ ପ୍ରଘଟ କରିଛନ୍ତି। ମୋନିକା ୧୯୯୫ରେ ହ୍ବାଇଟ୍‌ ହାଉସ୍‌ରେ ଇଣ୍ଟର୍ଣ୍ଣ ଭାବେ କାର୍ଯ୍ୟ କରୁଥିଲେ ଏବଂ ସେତେବେଳେ କ୍ଲିଣ୍ଟନ ରାଷ୍ଟ୍ରପତି ଥିଲେ। ଏକ ସାକ୍ଷାତକାରରେ କ୍ଲିଣ୍ଟନ କହିଛନ୍ତି, ପ୍ରବଳ କାର୍ଯ୍ୟ ଚାପ ଯୋଗୁଁ ସେ ବିବ୍ରତ ଅନୁଭବ କରୁଥିଲେ ଏବଂ ଏଥିପାଇଁ ମୋନିକାଙ୍କ ସହ ସଂପର୍କ ବଢ଼ାଇଲେ। ଏହି ଅନୈତିକ ସଂପର୍କ ପାଇଁ ବିଲ୍‌ କ୍ଲିଣ୍ଟନ୍‌ଙ୍କୁ ପ୍ରବଳ ସମାଲୋଚନା ଓ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। କ୍ଲିଣ୍ଟନ୍‌ କହିଛନ୍ତି, ପ୍ରବଳ ଚାପ ଭିତରେ ସେ ଯେତେବେଳେ ମୋନିକାଙ୍କୁ ଦେଖୁଥିଲେ ସେତେବେଳେ ଶାନ୍ତି ଅନୁଭବ କରୁଥିଲେ। କ୍ଲିଣ୍ଟନ ଏହି ସଂପର୍କ ପାଇଁ ୧୯୯୮ରେ ମହାଭିଯୋଗର ସମ୍ମୁଖୀନ ହୋଇଥିଲେ।

ସମ୍ବନ୍ଧିତ ଖବର