ବୀରଭୂମ ଘରପୋଡ଼ି ‘ତୃଣମୂଳ କଂଗ୍ରେସ’ ନେତା ହତ୍ୟାର ପ୍ରତିଶୋଧ: ‘ସିବିଆଇ’

କୋଲ୍‌କାତା: ୯ଜଣ ଗ୍ରାମବାସୀଙ୍କ ମୃତ୍ୟୁ କାରଣ ହୋଇଥିବା ବୀରଭୂମ ଘରପୋଡ଼ି ମାମଲା ସେହି ରାତିରେ ‘ତୃଣମୂଳ କଂଗ୍ରେସ’ ନେତା ଭାଦୂ ଶେଖ୍‌ଙ୍କ ହତ୍ୟାକାଣ୍ଡର ପ୍ରତ୍ୟକ୍ଷ ପ୍ରତିଶୋଧ ବୋଲି ‘ସେଣ୍ଟ୍ରାଲ୍‌ ଇନ୍‌ଭେଷ୍ଟିଗେସନ୍‌ ବ୍ୟୁରୋ’ ଦାଖଲ କରିଥିବା ରିପୋର୍ଟରେ ଉଲ୍ଲେଖ କରିଛି। ଶେଖ୍‌ଙ୍କୁ ସେଦିନ ରାତିରେ ବୋଗତୁଇ ଗାଁରେ ହତ୍ୟା କରାଯାଇଥିଲା।

କାଲ୍‌କାଟା ହାଇକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ ‘ସିବିଆଇ’ କହିଛି, ଘଟଣା ହେଉଛି ଗାଁର ଦୁଇ ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ଚାଲିଥିବା ଶତ୍ରୁତାର ପରିଣାମ ଏବଂ ଘରପୋଡ଼ି ହେଉଛି ଯୋଜନାବଦ୍ଧ ପ୍ରତିଶୋଧ।

Image Courtesy of India Today

ଦୁର୍ବୃତ୍ତମାନେ ଘରପୋଡ଼ି ଦେବାର ଦିନକ ପରେ ଅର୍ଥାତ୍‌ ମାର୍ଚ ୮ ତାରିଖ ଦିନ ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାର ରାମପୁର ହାଟରେ ଉତ୍ତେଜନା ଦେଖା ଦେଇଥିଲା।

ସୂଚନାଯୋଗ୍ୟ, ଶୁକ୍ରବାର ଦିନ କାଲ୍‌କାଟା ହାଇକୋର୍ଟ ଭାଦୁ ଶେଖ୍‌ ହତ୍ୟାର ତଦନ୍ତ ଦାୟିତ୍ବ ‘ସିବିଆଇ’କୁ ହସ୍ତାନ୍ତର କରିଥିଲା।

ଭାଦୂ ଶେଖ୍‌ ଥିଲେ ବୋଗତୁଇ ଗାଁର ଉପ ପଞ୍ଚାୟତ ପ୍ରଧାନ। ମାର୍ଚ ୨୧ ତାରିଖ ଦିନ ରାମପୁର ହାଟରେ ଥିବା ଶେଖ୍‌ଙ୍କ ଘର ଉପରକୁ ଅଜ୍ଞାତ ଆତତାୟୀମାନେ ଦେଶୀ ବୋମା ଫିଙ୍ଗିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ସେବେଠାରୁ ବୀରଭୂମ ପୁଲିସ ଉକ୍ତ ନରହତ୍ୟା ଘଟଣାର ତଦନ୍ତ କରୁଥିଲା।

ସମ୍ବନ୍ଧିତ ଖବର