ଗୁଜରାଟ ଉପକୂଳରୁ ୬୨୦ କୋଟି ଟଙ୍କାର ଡ୍ରଗ୍ସ ଜବତ, ୧୪ ଜଣ ପାକିସ୍ତାନୀ ନାଗରିକ ଗିରଫ

ଗାନ୍ଧୀନଗର: ଗୁଜରାଟ ଉପକୂଳରୁ ୬୨୦ କୋଟି ଟଙ୍କାର ଡ୍ରଗ୍ସ ଜବତ, ୧୪ ଜଣ ପାକିସ୍ତାନୀ ନାଗରିକ ଗିରଫ ହୋଇଥିବା ସୂଚନା । ଏଟିଏସ ଏବଂ ଏନସିବିର ମିଳିତ ଅପରେସନରେ ବିପୁଳ ପରିମାଣର ଡ୍ରଗ୍ସ ଜବତ ହୋଇଥିବା ଜଣାପଡିଛି । ଭାରତ-ପାକିସ୍ତାନ ସମୁଦ୍ର ସୀମାରେ ୪୮ ଘଣ୍ଟା ଧରି ଚାଲିଥିଲା ଏହି ଅପରେସନ । ସମୁଦ୍ରପଥ ଦେଇ ମାଦକଦ୍ରବ୍ୟ ଚାଲାଣ ସମୟରେ ପାକିସ୍ତାନୀ ନାଗରିକଙ୍କ ଏହି ବୋଟକୁ ନିଜ ନିୟନ୍ତ୍ରଣକୁ ନେଇଥିଲା ଏନସିବି ଓ ଏସଟିଏଫର ସ୍ୱତନ୍ତ୍ର ଟିମ୍  ।

ଏମାନଙ୍କ ନିକଟରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୬୨୦ କୋଟି ଟଙ୍କା ହେବ । ଏହି ଅବରେସନ ସମୟରେ ପାକିସ୍ତାନୀ ନାଗରିକ ମାନେ ଏଟିଏସ ଏବଂ ଏନସିବି ଟିମ୍ ଉପରେ ଆକ୍ରମଣ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ । ତେବେ ଏଟିଏସ ଏବଂ ଏନସିବି ଟିମ ଗୁଳିମାଡ଼ କରିବାରୁ ପାକିସ୍ତାନୀ ନାଗରିକ ମାନେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିେଲେ । ଜବତ ମାଦକ ଦ୍ରବ୍ୟ ସମେତ ୧୪ ଗିରଫ ପାକିସ୍ତାନୀ ନାଗରିକଙ୍କୁ ଗୁଜରାଟ ପୋରବନ୍ଦରକୁ ଅଣାଯାଇଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର