କେଜ୍ରିୱାଲ୍‌ଙ୍କୁ ନବମ ସମନ; ୨୧ ତାରିଖରେ ହାଜର ହେବାକୁ କହିଲା ଇଡି

ନୂଆଦିଲ୍ଲୀ: ବାରମ୍ବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଡାକରାକୁ ଏଡ଼େଇ ଯିବା ମାମଲାରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନାମରେ ସମନ ହୋଇଥି‌ଲା। ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଦ୍ବାରା କେଜ୍ରିୱାଲଙ୍କୁ ଏବେ ଆଶ୍ବସ୍ତି ମିଳିଛି। ଗତକାଲି ଅଦାଲତ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ଅଦାଲତ ଜାମିନ୍ ପ୍ରଦାନ କରିବା ପରେ ପୁଣି ଥରେ କେଜ୍ରିୱାଲଙ୍କୁ ସମନ ଜାରି ହୋଇଛି।

ଇଡ଼ି ଅରବିନ୍ଦ କେଜ୍ରିୱାଲଙ୍କୁ ନବମ ସମନ ଜାରି କରିଛି। ଏହି ସମନ ଜାରି କରି ଇଡ଼ି ତାଙ୍କୁ ଆଗାମୀ ୨୧ ତାରିଖରେ ହାଜର ହେବାକୁୁ କହିଛି। ଗତ ସମନକୁ କେଜ୍ରିୱାଲ୍‌ ଏଡ଼େଇଯିବା ପରେ ତାଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା।

୧୫ ହଜାର ଟଙ୍କା ମୁଚାଲିକାରେ କେଜ୍ରିୱାଲଙ୍କୁ ଜାମିନ ମଞ୍ଜୁର କରିଛନ୍ତି କୋର୍ଟ।  ଶୁକ୍ରବାର ତାଙ୍କୁ ସମନ ହୋଇଥିଲା, ଯାହାକୁ ଚ୍ୟାଲେଞ୍ଜ କରିବା ସହ ଜାମିନ ଆବେଦନ କରିଥିଲେ କେଜ୍ରିୱାଲ। ତାଙ୍କ ଜାମିନ ଆବେଦନକୁ କୋର୍ଟ ମଞ୍ଜୁରୀ ଦେଇଛନ୍ତି।

ଦିଲ୍ଲୀର ଅବକାରୀ ନୀତି ମାମଲାରେ କେଜ୍ରିୱାଲଙ୍କୁ ପ୍ରଶ୍ନ କରିବାକୁ ଚାହୁଁଥିବା ଇଡି କୋର୍ଟ ତାଙ୍କୁ ଡକାଇଥିଲା। ହେଲେ ଇଡି ଡାକରାକୁ ବାରମ୍ବାର ଏଡ଼େଇ ଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ସରକାର ତାଙ୍କୁ ଟାର୍ଗେଟ କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସି ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି।

ଇଡିର ସଦ୍ୟତମ ଡାକରା ଥିଲା ମାର୍ଚ ୪ ତାରିଖରେ। କେଜ୍ରିୱାଲ୍‌ କହିଥିଲେ ଯେ ସେ କେବଳ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହେବେ। ‌ହେଲେ ତଦନ୍ତକାରୀ ସଂସ୍ଥା ଏହାକୁ ସ୍ପଷ୍ଟ ମନା କରି ଦେଇଥିଲେ। ଜେରା କେବଳ ଶାରୀରିକ ଭାବେ ହିଁ ହେବ ବୋଲି କହିଥିଲା ଇଡି।

ସମ୍ବନ୍ଧିତ ଖବର