ମେ’ ଶେଷ ଆଡ଼କୁ ଆସିବ ସ୍ବଦେଶୀ ‘ଫେଲୁଦା’ କିଟ୍, ଦ୍ରୁତ ତଥା ବିକ୍ଷିପ୍ତ କରୋନା ପରୀକ୍ଷା ପାଇଁ ହେବ ଉପଯୋଗୀ

ନୂଆଦିଲ୍ଲୀ : ମହାମାରୀ କୋଭିଡ୍–୧୯ର ମୁକାବିଲା ପାଇଁ ସାରା ବିଶ୍ବ ଏବେ ନୟାନ୍ତ ହୋଇପଡି଼ଥିବା ବେଳେ ଠିକଣା ସମୟରେ କରୋନାଭୂତାଣୁର ଆକ୍ରାନ୍ତମାନଙ୍କୁ ଚିହ୍ନଟ କରିବା ହିଁ ଶ୍ରେୟସ୍କର ମନେ ହେଉଛିା ତେବେ ଅନେକ ସ୍ଥଳରେ ସଂକ୍ରମିତ ଲୋକଙ୍କ ଠାରେ ରୋଗର କୌଣସି ଲକ୍ଷଣ ଦେଖାଯାଉନଥିବାରୁ ସଂକ୍ରମଣକୁ ରୋକିବା ପାଇଁ ସାଧାରଣ ଲୋକଙ୍କର ଦ୍ରୁତ ତଥା ବିକ୍ଷିପ୍ତ ଭାବରେ ନମୁନା ପରୀକ୍ଷଣ ହିଁ ଆହ୍ବାନ ପାଲଟିଛିା ଅପରପକ୍ଷେ, କରୋନାଭୂତାଣୁକୁ ବଜାରରେ ଉପଲବ୍ଧ ଆଣ୍ଟିବଡି ପରୀକ୍ଷଣ କିଟ୍ ସାହାଯ୍ୟରେ ନିରୂପଣ କରିବା ସମୟସାପେକ୍ଷ ଏବଂ ବ୍ୟୟବହୁଳ ହେଉଥିବାରୁ ତାହା ମଧ୍ୟ ଅନ୍ୟତମ ଆହ୍ବାନ ହୋଇଛିା ତେବେ ଏ ପରିପ୍ରେକ୍ଷୀରେ ଭାରତର ପ୍ରମୁଖ ଗବେଷଣା ସଂସ୍ଥା ବିଜ୍ଞାନ ଓ ଔଦ୍ୟୋଗିକ ଗବେଷଣା ପରିଷଦ (ସିଏସ୍‌ଆଇଆର୍) ଦେଶବାସୀଙ୍କ ପାଇଁ ଏକ ଆଶ୍ବସ୍ତିର ଖବର ଆଣିଛିା ନିଜସ୍ବ ଜ୍ଞାନକୌଶଳରେ ସିଏସ୍‌ଆଇଆର୍ ବିକଶିତ କରିଥିବା ଏକ କାଗଜ ଭିତ୍ତିକ ପରୀକ୍ଷଣ ପଟିରେ କରୋନାଭୂତାଣୁର ଉପସ୍ଥିତିକୁ ନିର୍ଭୁଲ୍ ଭାବେ ଠଉରେଇ ହେବ ବୋଲି ଦାବି କରାଯାଇଛିା ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଭାରତରତ୍ନ ସତ୍ୟଜିତ୍ ରାୟଙ୍କ ଏକ କାଳ୍ପନିକ ଗୁଇନ୍ଦା ଚରିତ୍ର ‘ଫେଲୁଦା’ ନାମରେ ନାମିତ ଏହି ପରୀକ୍ଷଣ ପଟିର ବଜାର ପ୍ରବେଶ ସହ ବହୁଳ ବ୍ୟବହାର ପାଇଁ ସିଏସ୍‌ଆଇଆର୍ ମଙ୍ଗଳବାର ଟାଟା ସନ୍ସ କମ୍ପାନି ସହ ହାତ ମିଳାଇଛି ବୋଲି ଏହାର ମହାନିେର୍ଦ୍ଦଶକ ଶେଖର ସି ମାନ୍ଦେ କହିଛନ୍ତିା ଏହା ଦ୍ବାରା ଚଳିତ ମାସ ଶେଷ ସୁଦ୍ଧା ଆମ ଦେଶରେ ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କର ଦ୍ରୁତ ଗଣ ପରୀକ୍ଷା ହୋଇପାରିବ ବୋଲି ଆଶା କରାଯାଉଛିା

କୋଭିଡ୍–୧୯ ବିରୋଧୀ ସାମୂହିକ ଯୁଦ୍ଧରେ ସାମିଲ ହୋଇଥିବା ସିଏସ୍‌ଆଇଆର୍ ଅଧୀନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଜିନୋମିକ୍ସ ଆଣ୍ତ୍ ଇଣ୍ଟିଗ୍ରେଟେଡ୍ ବାୟୋଲୋଜି (ଆଇଜିଆଇବି) ଦ୍ବାରା ବିକଶିତ ଏହି ପରୀକ୍ଷଣ ପଟିର ଅନେକ ବିଶେଷତ୍ବ ରହିଛିା ମୁଖ୍ୟତଃ ଏହା ଶସ୍ତା ଏବଂ ସହଜରେ ଉପଲବ୍ଧ ହୋଇପାରିବା ସହ ଏହାକୁ ବ୍ୟବହାର କରିବା ମଧ୍ୟ ଅତି ସହଜା ଏଥି ସହିତ କରୋନାଭୂତାଣୁର ଉପସ୍ଥିତି ଜାଣିବା ପାଇଁ ଏବେ ଚାଲୁଥିବା ଆଣ୍ଟିବଡି ପରୀକ୍ଷଣ କିଟ୍ ପରି ଏହି ସ୍ବଦେଶୀ ପରୀକ୍ଷଣ ପଟିରେ କୌଣସି ପ୍ରକାର ଅନ୍ୟାନ୍ୟ ଯନ୍ତ୍ରପାତିର ଆବଶ୍ୟକତା ପଡି଼ବନିା ସୁତରାଂ ଖୁବ୍ କମ୍ ସମୟରେ ଫଳାଫଳ ବାହାରୁଥିବା ଏହି ନୂତନ ପଦ୍ଧତିରେ ଆମ ଦେଶରେ ଦ୍ରୁତ ତଥା ବିକ୍ଷିପ୍ତ ଭାବେ କରୋନାଭୂତାଣୁ ପାଇଁ ପରୀକ୍ଷା କରାଯାଇପାରିବା ା

ସମ୍ବନ୍ଧିତ ଖବର