ଆଇଆରସିଟିସି ହୋଟେଲ୍‌ ଦୁର୍ନୀତି: ସିବିଆଇ ମାମଲାରେ ଲାଲୁଙ୍କୁ ଜାମିନ

ନୂଆଦିଲ୍ଲୀ: ଆଇଆରସିଟିସି ହୋଟେଲ ଦୁର୍ନୀତି ମାମଲାରେ ଆଜି ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ଆଶ୍ବସ୍ତି ମିଳିଛି। ଆଇଆରସିଟିସି ହୋଟେଲ ଦୁର୍ନୀତି ନେଇ ସିବିଆଇ ଦ୍ବାରା ରୁଜୁ ହୋଇଥିବା ମାମଲାରେ ଆଜି ଲାଲୁଙ୍କୁ ଜାମିନ ମଂଜୁର ହୋଇଛି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲ୍‌ଦଣ୍ଡ ଭୋଗୁଥିବା ଲାଲୁ ଏବେ ରିମ୍ସରେ ଚିକିତ୍ସାଧୀନ ଥିବାବେଳେ ଆଜି ତାଙ୍କୁ ସ୍ବତନ୍ତ୍ର ବିଚାରପତି ଅରୁଣ ଭରଦ୍ବାଜ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମଂଜୁର କରିଛନ୍ତି। ଏହାପୂର୍ବରୁ ଲାଲୁଙ୍କୁ ଏହି ମାମଲାରେ ଅନ୍ତରୀଣ ଜାମିନ ମଂଜୁର ହୋଇଥିଲା।  ଲାଲୁଙ୍କ ପତ୍ନୀ ରାବ୍‌ଡ଼ି  ଦେବୀ ଏବଂ ‌ତେଜସ୍ବୀ ଯାଦବଙ୍କୁ ମଧ୍ୟ ମାମଲାରେ ଜାମିନ ମଂଜୁର ହୋଇ ସାରିଛି।

ସମ୍ବନ୍ଧିତ ଖବର