କଶ୍ମୀରରେ ଖୋଲିଲା ସରକାରୀ ଅଫିସ, ଆଜି ରାତି ସୁଦ୍ଧା କାର୍ଯ୍ୟକ୍ଷମ ହେବ ଟେଲିଫୋନ ସେବା : ମୁଖ୍ୟ ସଚିବ

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରେ ଆଜି ରାତି ସୁଦ୍ଧା ଟେଲିଫୋନ ଲାଇନ କାର୍ଯ୍ୟକ୍ଷମ ହେବ । ତେବେ ଏହାକୁ ସଂପୂର୍ଣ୍ଣ ଭାବରେ ନହୋଇ ଆଂଶିକ ଭାବରେ କାର୍ଯ୍ୟକ୍ଷମ କରାଯିବ । ସୁରକ୍ଷା ଦୃଷ୍ଟିକୋଣକୁ ବିଚାରକୁ ନେଇ ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ କଟକଣା ଓ ଅନ୍ୟ ପ୍ରକାରର ଯୋଗାଯୋଗ ମାଧ୍ୟମଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ ବୋଲି ଜମ୍ମୁ ଓ କଶ୍ମୀରର ମୁଖ୍ୟ ସଚିବ ବିଭିଆର ସୁବ୍ରମଣ୍ୟମ କହିଛନ୍ତି । ସେ କହିଛନ୍ତି ଯେ ଆଜିଠାରୁ ସରକାରୀ ଅଫିସଗୁଡ଼ିକ ଖୋଲିଯାଇଛି । ଆସନ୍ତା ସପ୍ତାହ ଆରମ୍ଭରେ ସ୍କୁଲ କଲେଜଗୁଡ଼ିକ ଖୋଲିଯିବ । ଖୁବଶୀଘ୍ର ସାଧାରଣ ପରିବହନ ବ୍ୟବସ୍ଥାଗୁଡ଼ିକ ଖୋଲିଯିବ । ସେ କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏସବୁ କଟକଣା ଜରୁରୀ ଥିଲା । ରାଜ୍ୟରେ ଧାରା ୩୭୦ ଉଠିବା ପରେ କୌଣସି ଜଣେ ବ୍ୟକ୍ତି ପୁଲିସ ଗୁଳିରେ ନିହତ ହୋଇନାହାନ୍ତି । ଭାରତ ସରକାର ଗତ ଅଗଷ୍ଟ ୫ ତାରିଖରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ଲାଗି ନିଷ୍ପତ୍ତି ନେଇଥିଲେ ।

ସମ୍ବନ୍ଧିତ ଖବର