କଶ୍ମୀରରେ ପାକିସ୍ତାନ କରିପାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ, ସେନା ଓ ବାୟୁସେନାକୁ ହାଇଆଲର୍ଟ

ଶ୍ରୀନଗର: ଜମ୍ମୁ-କଶ୍ମୀରକୁ ଭାରତ ଠାରୁ ଅଲଗା କରି ରଖିଥିବା ସମ୍ବିଧାନର ଧାରା ୩୭୦କୁ ଶେଷରେ ଉଚ୍ଛେଦ କରାଯାଇଛି। ଏବେ କଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଗୋଟିଏ ସାମ୍ବିଧାନିକ ବ୍ୟବସ୍ଥା ପ୍ରଚଳିତ ହେବ ଏବଂ କେବଳ ଜାତୀୟ ପତାକା ତ୍ରିରଙ୍ଗା ହିଁ ଉଡ଼ିବ। ସେତିକି ନୁହେଁ, କଶ୍ମୀରରେ କେବଳ ସ୍ଥାନୀୟ ବାସିନ୍ଦାଙ୍କୁ ଘର କରିବା ଓ ସରକାରୀ ଚାକିରିରେ ମିଳୁଥିବା ସ୍ୱତନ୍ତ୍ର ସୁବିଧା ସଂକ୍ରାନ୍ତ ଧାରା ୩୫-ଏକୁ ମଧ୍ୟ ଉଚ୍ଛେଦ କରିଛନ୍ତି। ଏହାସହିତ ଜମ୍ମୁ-କଶ୍ମୀର ରାଜ୍ୟ ମାନ୍ୟତା ମଧ୍ୟ ହରାଇବ। ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ଏହାକୁ ନେଇ ପାକିସ୍ତାନ ଚିନ୍ତାରେ ପଡ଼ି ଯାଇଛି। ସେ ବାରମ୍ବାର ଭାରତ ବିରୋଧରେ ଆତଙ୍କବାଦୀ ଆକ୍ରମଣ ନେଇ ଧମକ ଦେଉଛି। ଏହି କ୍ରମରେ ଗୁଇନ୍ଦା ବିଭାଗ ପକ୍ଷରୁ ଭାରତୀୟ ସେନା, ବାୟୁସେନା ଓ ଜମ୍ମୁକଶ୍ମୀରରେ ମହଜୁଦ ଥିବା ସମସ୍ତ ସୁରକ୍ଷାକର୍ମୀଙ୍କୁ ହାଇଆଲର୍ଟରେ ରହିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀର ଏବଂ ବିଶେଷ ଭାବେ ଘାଟିରେ ପରିସ୍ଥିତିକୁ ଖରାପ କରିବା ପାଇଁ ପାକିସ୍ତାନ ବହୁତ ବଡ଼ ଷଡଯନ୍ତ୍ର କରିବାକୁ ଲାଗିଛି। ଏଥିପାଇଁ ସମସ୍ତ ସୁରକ୍ଷାକର୍ମୀଙ୍କୁ ହାଇଆଲର୍ଟରେ ରହିବାକୁ କୁହାଯାଇଛି। କାରଣ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ବଡ଼ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଛି। ସେ ବାରମ୍ବାର ଭାରତକୁ ବିଭିନ୍ନ କାରଣରୁ ଘେରିବା ପାଇଁ ଚେଷ୍ଟା କରୁଛି। ପାକିସ୍ତାନର ଏହି ଉଦ୍ୟମରେ ଚୀନ ସାହାଯ୍ୟ କରୁଛି। କିନ୍ତୁ ଏଯାବତ୍‌ କୌଣସି ସଫଳତା ମିଳି ପାରିନାହିଁ।

ସମ୍ବନ୍ଧିତ ଖବର