ୟୁପିରୁ ଗିରଫ ହେଲେ ‘ସେକ୍ସ ରାକେଟ୍‌ରେ ଜଡିତ’ ମେଘାଳୟ ବିଜେପି ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ମେଘାଳୟ ବିଜେପି ଉପାଧ୍ୟକ୍ଷ ବର୍ଣ୍ଣାଡ ଏନ ମାରାକ, ଯିଏ କି ସିଲଂରେ ଥିବା ତାଙ୍କ ଫାର୍ମ ହାଉସରେ ସେକ୍ସ ରାକେଟ ଚଳାଇଥିବା ଅଭିଯୋଗ ହୋଇଥିଲା, ତାଙ୍କୁ ମଙ୍ଗଳବାର ଉତ୍ତରପ୍ରଦେଶରେ ଗିରଫ କରାଯାଇଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ବର୍ଣ୍ଣାଡଙ୍କ ଫାର୍ମ ହାଉସରେ ପୁଲିସ ଶନିବାର ଚଢ଼ାଉ କରି ୬ ଜଣ ନାବାଳକଙ୍କୁ ଉଦ୍ଧାର କରିବା ଏବଂ ଅନ୍ୟ ୭୩ ଜଣଙ୍କୁ ଗିରଫ କରିବା ଜଣେ ପୂର୍ବତନ ଉଗ୍ରବାଦୀ ନେତା ତଥା ବର୍ତ୍ତମାନ ବିଜେପିର ଉପାଧ୍ୟକ୍ଷ ଥିବା ବର୍ଣ୍ଣାଡ ଫେରାର ହୋଇ ଯାଇଥିଲେ।

ବର୍ଣ୍ଣାଡ ଏନ ମାରାକ ଓରଫ ରିମ୍ପୁଙ୍କୁ ଉତ୍ତରପ୍ରଦେଶର ହାପୁର ଜିଲ୍ଲାରୁ ଗିରଫ କରାଯିବା ପରେ ତାଙ୍କୁ ତୁରା ଆଣିବା ପାଇଁ ସେଠାକୁ ଏକ ପୁଲିସ ଟିମ୍‌ ପଠାଯାଉଛି ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ସିଂ କହିଛନ୍ତି। ଫେରାର ହେବାପରେ ବିଜେପି ଉପାଧ୍ୟକ୍ଷ ବର୍ଣ୍ଣାଡ୍‌ ଏନ୍‌ ମାରାକଙ୍କ ବିରୋଧରେ ମଙ୍ଗଳବାର ପୁଲିସ ଏକ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଥିଲା। ସେକ୍ସ ରାକେଟରେ ସଂପୃକ୍ତି ଜଣା ପଡ଼ିଯିବା ପରେ ଅଭିଯୁକ୍ତ ବର୍ଣ୍ଣାଡ୍‌ ଦେଶ ଛାଡ଼ି ପଳାତକ ହୋଇଯିବାର ସମ୍ଭାବନା ରହିଥିବା ଜଣାପଡ଼ିବା ପରେ ପୁଲିସ୍‌ ପକ୍ଷରୁ ତାଙ୍କ ବିରୋଧରେ ଏହି ଲୁକ୍‌ ଆଉଟ୍‌ ବିଜ୍ଞପ୍ତି ଜାରି କରିଥିଲା।

ପଶ୍ଚିମ ଗାରୋ ହିଲ୍‌ସ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ସିଂ କହିଛନ୍ତି ଯେ ତୁରାର ବର୍ଣ୍ଣାଡ ଏନ ମାରାକ ଓରଫ ରିମ୍ପୁଙ୍କ ବିରୋଧରେ ଏକ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି।  ତୁରାର ଏକ ଅଦାଲତ ସୋମବାର ବିଜେପି ନେତାଙ୍କ ବିରୋଧରେ ଗିରଫଦାରୀ ପାଇଁ ଏକ ଜାମିନବିହୀନ ଗିରଫ ପରଓ୍ଵାନା  ଜାରି କରିଛନ୍ତି। ପୁଲିସ କହିଛି ଯେ ବର୍ଣ୍ଣାଡଙ୍କୁ ଅନୁସନ୍ଧାନରେ ସହଯୋଗ କରିବାକୁ କୁହାଯାଇଥିଲା କିନ୍ତୁ ଅନୁସନ୍ଧାନରେ ସହଯୋଗ କରୁନାହାନ୍ତି ବରଂ ତଦନ୍ତକୁ ଏଡାଇ ଯାଥିଷଳ। ତାଙ୍କୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲଥିଲା।

ସମ୍ବନ୍ଧିତ ଖବର