ସମ୍ବଲପୁରୀ ଡିଜାଇନ୍‌ର ନକଲକୁ ରୋକିବା ଲାଗି ପ୍ରସନ୍ନଙ୍କ ଦାବି

ନୂଆଦିଲ୍ଲୀ : ସମ୍ବଲପୁରୀ ହସ୍ତତନ୍ତ ଡିଜାଇନ୍‌କୁ କିଛି ବ୍ୟବସାୟୀ ନକଲ କରୁଛନ୍ତି। ଏସବୁ ସାମଗ୍ରୀକୁ ବାହାର ରାଜ୍ୟରେ କମ୍ ମୂଲ୍ୟରେ ବିକୁଛନ୍ତି। ଫଳରେ ଅସଲି ସମ୍ବଲପୁରୀ ବସ୍ତ୍ରପୋଷାକ ନିର୍ମାତା ପ୍ରଭାବିତ ହେଉଛନ୍ତି। ଏଭଳି ନକଲ କରିବା ଜିଓଗ୍ରାଫିକାଲ ଇଣ୍ଡିକେସନ୍ (ଜିଆଇ) ନିୟମ ଉଲ୍ଲଂଘନ କରୁଛି। ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ସୋମବାର ରାଜ୍ୟସଭାରେ ଶୂନ୍ୟକାଳରେ ବିଜେଡି ଏମପି ପ୍ରସନ୍ନ ଆଚାର୍ଯ୍ୟ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥିସହିତ ଶ୍ରୀ ଆଚାର୍ଯ୍ୟ କେନ୍ଦ୍ର ସରକାରଙ୍କୁ ହସ୍ତତନ୍ତ ଶିଳ୍ପ ସାମଗ୍ରୀ ବିକ୍ରି ପାଇଁ ପୂର୍ବରୁ ଦିଆଯାଉଥିବା ୧୦ ପ୍ରତିଶତ ରିହାତିକୁ ପୁଣି ଆରମ୍ଭ କରିବା ପାଇଁ କହିଛନ୍ତି। କେନ୍ଦ୍ର ସରକାର ୧୦ ପ୍ରତିଶତ ରିହାତି ବନ୍ଦ କରିଦେଇଥିବାରୁ ଏହା ହସ୍ତତନ୍ତ ସାମଗ୍ରୀର ବଜାର ଉପରେ ପ୍ରତିକୂଳ ପ୍ରଭାବ ପକାଉଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର