କଟକଣା ମଧ୍ୟରେ ପାଳିତ ହେଲା ସ୍ନାନ ପୂର୍ଣ୍ଣିମା

ନୂଆଦିଲ୍ଲୀ : କୋଭିଡ୍ କଟକଣା ମଧ୍ୟରେ ଦିଲ୍ଲୀ ଓ ଏନ୍‌ସିଆର୍‌ ଅଂଚଳରେ ଥିବା ଜଗନ୍ନାଥ ମନ୍ଦିରଗୁଡ଼ିକରେ ସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଛି। ଦିଲ୍ଲୀର ହଜ୍‌ଖାସ ଜଗନ୍ନାଥ ମନ୍ଦିର, ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିର, ଝିଲିମିଲି କଲୋନି, ରୋହିଣୀର ଜଗନ୍ନାଥ ମନ୍ଦିର ତଥା ନୋଏଡା, ଗ୍ରେଟର୍‌ ନୋଏଡା, ଫରିଦାବାଦ ଓ ଗୁରୁଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମ‌ା ପାଳିତ ହୋଇଯାଇଛି। ଏସବୁ ମନ୍ଦିରରେ ପୁରୀ ମନ୍ଦିରର ନୀତିକାନ୍ତି ଅନୁସାରେ ସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଥାଏ। ଲଗାତାର ଦୁଇ ବର୍ଷ ହେଲା କରୋନା ପ୍ରକୋପ ଯୋଗୁଁ ପ୍ରବାସୀ ଓଡିଆମାନେ ମନ୍ଦିର ନ ଯାଇ ଫେସ୍‌ବୁକ୍‌ ଲାଇଭ୍‌, ୟୁଟ୍ୟୁବ୍‌ ଭଳି ସାମାଜିକ ଗଣମାଧ୍ୟମରେ ମନ୍ଦିରମାନଙ୍କରେ ଆୟୋଜିତ କାର୍ଯ୍ୟକ୍ରମଗୁଡିକ ଦେଖିପାରୁଛନ୍ତି।

ସମ୍ବନ୍ଧିତ ଖବର