ତେଲେଙ୍ଗାନାରେ ଦୁଇ ନେତାଙ୍କୁ ହୃଦ୍‌ଘାତ

ହାଇଦ୍ରାବାଦ୍‌: ଗତକାଲି ୫ ରାଜ୍ୟରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ତେବେ ତେଲେଙ୍ଗାନାରେ ଗତକାଲି ୨ ଜଣ ନେତ‌ା ହାରିବା ପରେ ହୃଦ୍‌ଘାତର ଶିକାର ହୋଇଛନ୍ତି। ପରାଜୟ ଝଟ୍‌କାରେ ସେମାନେ ହୃଦ୍‌ଘାତର ଶିକାର ହୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। କଂଗ୍ରେସର ନାଲଗୋଣ୍ଡା ପ୍ରାର୍ଥୀ କୋମାତିରେଡ୍ଡି ଭେଙ୍କଟ ହଠାତ୍‌ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଟିଆରଏସ୍‌ ପ୍ରାର୍ଥୀ ତୁମ୍ମଳା ନାଗେଶ୍ବର ରାଓ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ହାରିବାପରେ ହଠାତ୍‌ ଛାତି‌ରେ ଯନ୍ତ୍ରଣା ଅନୁଭବ କରି ଅସୁସ୍ଥ ହୋଇ ପଡ଼ିଥିଲେ।

ସମ୍ବନ୍ଧିତ ଖବର