ଏଚ୍‌-୧ବି ଭିସା କଟକଣା କଠୋର କଲେ ଟ୍ରମ୍ପ୍‌

ୱାସିଂଟନ୍ : କରୋନା ମହାମାରୀ ଯୋଗୁଁ ବହୁ ସଂଖ୍ୟାରେ ଆମେରିକୀୟ ଚାକିରି ହରାଇବା‌ କାରଣରୁ ଟ୍ରମ୍ପ୍‌ ପ୍ରଶାସନ ଏବେ ଏଚ୍‌-୧ବି ଭିସା ନେଇ ଅଧିକ କଟକଣା ଜାରି କରିଛି। ଆମେରିକାର ହୋମ୍‌ଲ୍ୟାଣ୍ଡ ସିକ୍ୟୁରିଟି ଏବଂ ଶ୍ରମ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନୂଆ ନିୟମ ଅନୁସ‌ାରେ ଏଚ୍‌-୧ବି ଭିସାକୁ ଅଧିକ କଠୋର କରାଯାଇଛି। ଅପରପକ୍ଷେ, ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଗତ ଜୁଲାଇ ମାସରେ ଏ ନେଇ ଏକ ଆଦେଶନାମା ଜାରି କରିଥିଲେ। ଏହି ଭିସା କଟକଣା ହେବା‌ ଫଳରେ ଅଣଆମେରିକୀୟଙ୍କ ପାଇଁ ସମସ୍ୟା ବଢ଼ିବ । ଏହା ଫଳରେ ବିଶେଷକରି ଭାରତୀୟ ଏବଂ ଚୀନ୍‌ର ନାଗରିକମାନେ ବିଶେଷ ପ୍ରଭାବିତ ହେବେ। ଏଚ୍‌-୧ବି ଭିସା କଟକଣା ହେବା ଫଳରେ ପ୍ରାୟ ୫ ଲକ୍ଷ ଭାରତୀୟ ଏବଂ ଚୀନୀ ନାଗରିକ ପ୍ରଭାବିତ ହେବେ। ଅପରପକ୍ଷେ, ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର