ରାଜୌରି ଦେଇ ଭାରତରେ ଅନୁପ୍ରବେଶ ଯୋଜନା କରୁଛନ୍ତି ପାକିସ୍ତାନ ସମର୍ଥିତ ଦୁଇ ଆତଙ୍କବାଦୀ ଗୋଷ୍ଠୀ

ଶ୍ରୀନଗର: ପାକିସ୍ତାନ ସମର୍ଥିତ ଦୁଇ ଆତଙ୍କବାଦୀ ଗୋଷ୍ଠୀର ସଶସ୍ତ୍ର ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ରାଜୌରି ଦେଇ ଭାରତରେ ଅନୁପ୍ରବେଶ କରିବା ପାଇଁ ଯୋଜନା କରୁଥିବା ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ମିଳିଛି।

ରିପୋର୍ଟ ମୁତାବକ, ପାକ୍‌ ଅଧିକୃତ କଶ୍ମୀରର କୋତଲି ଆତଙ୍କବାଦୀ ଶିବିରରେ ୫ ଜଣ ପ୍ରଶିକ୍ଷଣପ୍ରାପ୍ତ ଆତଙ୍କବାଦୀ ବିଶିଷ୍ଟ ଏକ ଗୋଷ୍ଠୀଙ୍କୁ ଏକ କଳା ରଂଗର ଗାଡ଼ିରେ ଦେଖିବାକୁ ମିଳିଥିଲା। ସୂଚନା ରହିଛି ଯେ ହଜି ହରିଫ୍‌ ନାମକ ଜଣେ ଆତଙ୍କବାଦୀ ଏହି ପାଞ୍ଚ ଜଣିଆ ଗ୍ରୁପ୍‌କୁ ଚଳାଉଛି। ନିୟନ୍ତ୍ରଣ ରେଖାସ୍ଥିତ ରାଜୌରିର ଆର ପାଖରେ ଏହି ଗ୍ରୁପ୍‌କୁ ନିକଟରେ ଦେଖିବାକୁ ମିଳିଥିଲା ବୋଲି ସୂଚନା ରହିଛି।

ସେହିପରି ଜୈଶ୍‌-ଇ-ମହମ୍ମଦ ଓ ଲସ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର ଛଅ ଜଣ ଆତଙ୍କବାଦୀଙ୍କ ବିଶିଷ୍ଟ ଆଉ ଏକ ଗ୍ରୁପ୍‌କୁ ନିୟନ୍ତ୍ରଣ ରେଖାସ୍ଥିତ ମୋହରା ଗ୍ରାମ ନିକଟରେ ଅତୀତରେ ଦେଖିବାକୁ ମିଳିଥିଲା।

ପାକିସ୍ତାନୀ ସେନାର ସ୍ୱତନ୍ତ୍ର ସେବା ଗ୍ରୁପ୍‌ ଏହି ଆତଙ୍କବାଦୀମାନଙ୍କୁ ସମର୍ଥନ କରୁଥିବା ଜାଣିବାକୁ ମିଳିଛି। ଅନ୍ୟପକ୍ଷରେ ଗୁଇନ୍ଦା ସଂସ୍ଥା ଆହୁରି ବି ଚେତାବନୀ ଦେଇଛି ଯେ ଆଗାମୀ ୪-୫ ଦିନ ଭିତରେ ଜୈଶ୍‌ର ଆତଙ୍କବାଦୀମାନେ ପୁଲଓ୍ଵାମା ପରି ଆଉ ଏକ ଆକ୍ରମଣ ଘଟାଇବାର ଯୋଜନା କରୁଛନ୍ତି।

ସମ୍ବନ୍ଧିତ ଖବର