ସେକ୍ସ ପାଇଁ ଅମଙ୍ଗ ମହିଳା କୂଅକୁ ଡେଇଁପଡ଼ିଲେ, ସ୍ବାମୀ ସ୍ତ୍ରୀକୁ ଉଦ୍ଧାର କଲା ଓ ମାରିଦେଲା

ରାୟପୁର : ଛତିଶଗଡ଼ର ଯଶପୁର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ବାମୀଙ୍କ ଯୌନ ଚାହିଦା ପୂରଣ କରିବାକୁ ଅମଙ୍ଗ ଜଣେ ମହିଳା ସ୍ବାମୀଙ୍କ ସହ ଝଗଡ଼ା କରି ଏକ କୂଅକୁ ଡେଇଁପଡ଼ିଲେ। ସ୍ବାମୀ କୂଅ ଭିତରେ ପଶି ତାଙ୍କୁ ଉଦ୍ଧାର କଲା ସତ କିନ୍ତୁ ପର ମୁହୂର୍ତ୍ତରେ ରାଗରେ ତାଙ୍କୁ ହତ୍ୟା କରିଦେଲା।

ଶଙ୍କର ରାମ ଓ ସ୍ତ୍ରୀ ଆଶା ବାଇ ରାତିରେ ଉଭୟେ ମଦ୍ୟପାନ କରି ଶୋଇବାକୁ ଯାଇଥିଲେ। ସ୍ବାମୀ ଦୈହିକ କ୍ଷୁଧା ମେଣ୍ଟାଇବାକୁ ଇଚ୍ଛା କଲା ବେଳେ ସ୍ତ୍ରୀ ତାକୁ ବିରୋଧ କଲେ। ଏହାକୁ‌ ନେଇ ଉଭୟଙ୍କ ଭିତରେ ଝଗଡ଼ା ଓ ମାଡ଼ଗୋଳ ଚରମରେ ପହଞ୍ଚିବା ପରେ ଆଶା ଆତ୍ମହତ୍ୟା କରିବା ପାଇଁ ଏକ କୂଅକୁ ଡେଇଁପଡ଼ିଲେ। ଶଙ୍କର ମଧ୍ୟ କୂଅକୁ ଡେଇଁ ସ୍ତ୍ରୀକୁ ଉଦ୍ଧାର କଲା। ଏହାପରେ ଉଭୟଙ୍କ ଭିତରେ ପୁଣି ଝଗଡ଼ା ହେଲା। ଶଙ୍କର ରାଗରେ ଆଶାଙ୍କ ଗୁପ୍ତାଙ୍ଗକୁ ଆକ୍ରମଣ କରିବା ସହ ତାଙ୍କୁ ହତ୍ୟା କରିଦେଲା। ସ୍ତ୍ରୀକୁ ମାରିବା ପରେ ଶଙ୍କର ଶବ ସହ ରାତିସାରା ଜଗି ବସିଥିଲା। ସକାଳେ ପୁଲିସ ଖବର ପାଇ ଶଙ୍କରକୁ ଗିରଫ କରିଛି। ଏହା ଉପରେ ଅଧିକ ତଦନ୍ତ କରାଯାଉଥିବା ସ୍ଥାନୀୟ ଥାନା ଅଧିକାରୀ ଜାଗସେ ପଙ୍କରା କହିଛନ୍ତି।

ସମ୍ବନ୍ଧିତ ଖବର