ଆଜିକାଲି ସମସ୍ତଙ୍କ ରୋଷେଇ ଘରେ ପନିରର ଆଦର  । ପିଲାଠୁ ବୁଢ଼ା ଯାଏଁ ସମସ୍ତେ ପନିର ଖାଇବାକୁ ଭଲ ପାଆନ୍ତି। ଏକ ଖାଦ୍ୟ ଭାବରେ ପନିରର ରହିଛି ଅନେକ ଭଲ ଗୁଣ। ସେଗୁଡ଼ିକ ଜାଣନ୍ତୁ।

Advertisment

ପନିରରେ ଅଛି ଲେନୋଲିକ ଏସିଡ୍ । ଏହା ଶରୀରରେ ଅନାବଶ୍ୟକ ଚର୍ବି ହ୍ରାସ କରିବାରେ ସହାୟକ ହୋଇଥାଏ। ଏହା ଓଜନ ବଢ଼ାଏ ନାହିଁ।ପନିରରେ କ୍ୟାଲସିୟମ୍ ଅଛି। ତେଣୁ ହାଡ଼ ଲାଗି ଏହା ଉପକାରୀ।  ପୁଣି ପନିରରେ ରହିଛି ଏମିନୋ ଏସିଡ୍ ।  ଏହା  ନିଦ ଭଲ ହେବାରେ ସାହାଯ୍ୟ କରେ।ପନିରରେ କିଛି ମାତ୍ରାରେ ଫସଫରସ୍ ଥାଏ। ତେଣୁ ଏହା ଦାନ୍ତ ଲାଗି ଭଲ ବୋଲି ଧରାଯାଏ। ପନିରର ଆଉ ଏକ ଭଲ ଗୁଣ ହେଲା ଏଥିରେ ଫାଇବର ରହିଛି। ତେଣୁ ଏହା ସହଜରେ ହଜମ ହୋଇଥାଏ।

publive-image photo-ndtv

ଭିଟାମିନ୍ କେ ଥିବାରୁ ପନିର ମସ୍ତିଷ୍କର କ୍ଷମତା ବଢ଼ାଇବାରେ ସହାୟକ ହୁଏ ।  ପନିରରେ ଓମେଗା-୩ ଫେଟି ଏସିଡ ରହିଥିବାରୁ ଗର୍ଭବତୀମାନଙ୍କ ଲାଗି ଏହା ଉପାଦେୟ।