କପିଲଙ୍କ ନୂଆ ସୋ’କୁ ‘ବୋରିଙ୍ଗ’ ବୋଲି କହିଲେ ପ୍ରଂଶସକ; ମିଳିନାହିଁ ଭଲ ରେଟିଂ

ମୁମ୍ବାଇ : ଗତ ରବିବାର ଦିନ ହାସ୍ୟଅଭିନେତା କପିଲ ଶର୍ମାଙ୍କର ନୂଆ ରିଆଲିଟି ସୋ “ଫ୍ୟାମିଲି ଟାଇମ ଉଇଥ୍‌ କପିଲ ଶର୍ମା” ପ୍ରସାରିତ ହୋଇଛି । ଏହା ସୋନି ଟିଭିରେ ପ୍ରସାରିତ ହେଉଥିବା ବେଳେ କପିଲଙ୍କ ପ୍ରଶଂସକ ତାଙ୍କ ସୋ ଦେଖି “ବୋରିଙ୍ଗ” ହୋଇ ଯାଇଛନ୍ତି ବୋଲି କହିଛନ୍ତି । ତାଙ୍କ ପ୍ରଥମ ସୋ’ରେ ‘ରେଡ଼’ ଚଳଚ୍ଚିତ୍ର ପ୍ରମୋଶନ ପାଇଁ ଅଜୟ ଦେବଗନ ଆସିଥିଲେ ମଧ୍ୟ ତାଙ୍କ ସୋ’କୁ ଭଲ ରେଟିଙ୍ଗ ମିଳି ପାରି ନାହିଁ ।
କପିଲଙ୍କ ଏହି ସୋ ପୂର୍ବ ସୋ’ମାନଙ୍କ ଅପେକ୍ଷା ଭିନ୍ନ ରହିଛି। ଏଥିରେ ସେ କିଛି ସାଧାରଣ ପରିବାରଙ୍କୁ ନେଇ ଏକ ଖେଳ ଖେଳୁଛନ୍ତି । ଏହି ଖେଳର ବିଜେତା ହେଲା ପରେ ସେ ବିଜେତା ପରିବାରକୁ ଉପହାର ପ୍ରଦାନ କରୁଛନ୍ତି । ଏଥିରେ ତାଙ୍କ ସହ-ଉପସ୍ଥାପନା ଦାୟିତ୍ୱରେ ଅଛନ୍ତି ଅଭିନେତ୍ରୀ ନେହା ପଣ୍ଡିତ। କପିଲଙ୍କ କମେଣ୍ଟ ସହ ଦର୍ଶକଙ୍କୁ ହସାଇବାରେ ସାହାଯ୍ୟ କରୁଛନ୍ତି ନେହା । କପିଲଙ୍କ ନୂଆ ସୋ’ରେ ତାଙ୍କର ପୁରୁଣା ସୋ’ର ଅନେକ କଳାକାର ରହିଛନ୍ତି ।

hindustantimes.com

କପିଲଙ୍କ ସହିତ କିକୁ ସରଦା, ଚନ୍ଦନ ପ୍ରଭାକର ଏବଂ ନବଜୋତ ସିଂ ସିଦ୍ଧୁ ଏଥିରେ ନଜର ଆସିଛନ୍ତି । ଏତେ ସବୁପରେ ମଧ୍ୟ କପିଲଙ୍କ ପାଖରେ କହିବା ପାଇଁ କିଛି ନୂଆ କଥା ନାହିଁ ବୋଲି ପ୍ରଶଂସକମାନେ କହିଛନ୍ତି । କପିଲ ଆଉ ଆଗ ଭଳି କମେଡ଼ି କରୁପାରୁ ନାହାନ୍ତି ବୋଲି କହିବା ସହ ଚ୍ୟାନେଲକୁ ଏହି ସୋ’ ଶୀଘ୍ର ବନ୍ଦ କରିଦେବା ଉଚିତ ବୋଲି ପ୍ରଶଂସକମାନେ ମତ ଦେଇଛନ୍ତି ।

ସମ୍ବନ୍ଧିତ ଖବର