ଜାଣନ୍ତୁ ଆଜିର ରାଶିଫଳ

ମେଷ: ରାଜନୀତିକ ଲୋକଙ୍କର ସାମାଜିକ ପ୍ରତିଷ୍ଠା ବଢ଼ିବ। ବ୍ୟବସାୟରେ ଧନଲାଭ ଯୋଗ ଅଛି। ବେକାରଙ୍କୁ ନୂଆ କାମ ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ।

ବୃଷ: କ୍ୟାରିୟର ସମ୍ବନ୍ଧିତ କୌଣସି ସମସ୍ୟାର ସମାଧାନ ହୋଇଯିବ। ଭଲ ପ୍ରଦର୍ଶନ ଦେବା ପାଇଁ କିଛି ନୂଆ କାମ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ସ୍ବାସ୍ଥ୍ୟରେ ସୁଧାର ହେବ।

ମିଥୁନ: ସ୍ବଭାବକୁ ନରମ ରଖନ୍ତୁ। ଅଧିକ ଭାବୁକ ହେଲେ ଅଶାନ୍ତି ବଢ଼ିବ। ବ୍ୟବସାୟ ପ୍ରଗତି ଲାଗି ଭଲ ଦିନଟିଏ। ଜୀବନସାଥୀ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।

କର୍କଟ: ଅତ୍ୟଧିକ କାମ ପାଇଁ ନିଜକୁ ପ୍ରସ୍ତୁତ ରଖିବେ। କୃଷିଜୀବୀଙ୍କୁ ଧନଲାଭ ହେବ। ପଇସା ଧାର ନେବାଦେବାରୁ ନିବୃତ୍ତ ରୁହନ୍ତୁ। ଛାତ୍ର କମ୍ ପରିଶ୍ରମରେ ଅଧିକ ସଫଳ ହେବେ।

ସିଂହ: ମନ ଧର୍ମକାର୍ଯ୍ୟରେ ଲାଗି ରହିବ। ସହଯୋଗୀଙ୍କର ସାହାଯ୍ୟ ପାଇବେ। ଯୋଜନା ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ କରିବେ। ପରିବାରରେ କୌଣସି ବଡ଼ ଦାୟିତ୍ବ ତୁଲାଇବେ।

କନ୍ୟା: ନିଜର କାମ ପ୍ରତି ସତର୍କ ରୁହନ୍ତୁ। ବନ୍ଧୁର ବ୍ୟବହାରରେ ଆଶ୍ଚର୍ଯ୍ୟାନ୍ବିତ ହୋଇପାରନ୍ତି। ରାଜନେତାଙ୍କ ଲାଗି ଦିନଟି ଭଲ। ବୈବାହିକ ଜୀବନ ସୁଖକର ହେବ।

ତୁଳା: କାମ ପାଇଁ ଅଧିକ ଯାତାୟାତ କରିବାକୁ ପଡ଼ିପାରେ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ପରିବାର ଲୋକଙ୍କ ସହ ଭଲ ସମୟ ବିତାଇବେ।

ବିଛା: ବିଶେଷ କାମରେ ଲାଭ ମିଳିବ। କୌଣସି ସଂପର୍କୀୟ ଆପଣଙ୍କୁ ଦେଖା କରିବାକୁ ଆସିପାରନ୍ତି। କୋର୍ଟ କଚେରି ମାମଲାରେ ସଫଳତା ପାଇବେ। ଖର୍ଚ୍ଚ ବଢ଼ିପାରେ।

ଧନୁ: କାମ କରିବା ପାଇଁ ନିଜ ଉପରେ ଭରସା ରଖନ୍ତୁ ଏବଂ ପରିଶ୍ରମ କରନ୍ତୁ। ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ପ୍ରସାଧନ ବ୍ୟବସାୟୀଙ୍କୁ ଧନଲାଭ ହେବ।

ମକର: କାମର ବୋଝ ପାଇଁ ବିରକ୍ତ ହୋଇପାରନ୍ତି। ମହିଳାମାନେ ଘର ପାଇଁ ଜିନିଷ କିଣିବେ। ଛାତ୍ରଙ୍କର ପଢ଼ାରେ ମନ ଲାଗିବ। ବେପାରରେ ଅଧିକ ଲାଭ ହେବ।

କୁମ୍ଭ: ନିଜର ଶକ୍ତିକୁ ବ୍ୟର୍ଥ ହେବାକୁ ଦିଅନ୍ତୁ ନାହିଁ। କାମ ସକାରାତ୍ମକ ଭାବେ ପୂରା ହେବ। ଜୀବନସାଥୀ ଭଲ ଖବର ଶୁଣାଇବେ। ପ୍ରେମୀ ଯୁଗଳ ପରସ୍ପରକୁ ସମ୍ମାନ କରିବେ।

ମୀନ: ଠିକ୍ ତର୍କରେ କାହାରିକୁ ବି ନିଜ କଥାର ସହମତ କରାଇନେବେ। ଉନ୍ନତିର ନୂଆ ମାର୍ଗ ଖୋଲିବ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଙ୍କୁ ଯଥେଷ୍ଟ ସଫଳତା ମିଳିବ।‌

ସମ୍ବନ୍ଧିତ ଖବର