ଡାଏଟିଂ ବା ବ୍ୟାୟାମ ନ କରି କେବଳ ଶୋଇକି ବି ଓଜନ କମ୍‌ କରିହେବ !

ଯଦି କେହି କାଲି ଆପଣଙ୍କୁ ଓଜନ କମ୍‌ କରିବାକୁ କହେ,ତେବେ ଆପଣଙ୍କୁ ଦୌଡିବାକୁ ,ଜଗିଂ କରିବାକୁ,ବ୍ୟାୟାମ କରିବାକୁ ବା ଡାଏଟିଂ କରିବାକୁ ପରାମର୍ଶ ମିଳିବ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଶୋଇ ଶୋଇ ବି ଓଜନ କମ୍‌ କରି ହେବ। ଆମେ ଯେତେବେଳେ ଶୋଇଥାଉ,ସେତେବେଳେ ଶରୀର ସଂପୂର୍ଣ୍ଣ ରୂପେ ମରାମତି ହୋଇଥାଏ।ଯେଉଁମାନେ ଠିକ୍‌ ଭାବେ ଶୋଇ ନ ଥାନ୍ତି,ସେମାନଙ୍କ ଶରୀରର ଅବସ୍ଥା ସଂପୂର୍ଣ୍ଣ ବଦଳିଯାଇଥାଏ।

ନିକଟରେ ଆମେରିକାନ୍‌ ଜର୍ଣ୍ଣାଲ୍‌ ଅଫ୍‌ କ୍ଲିନିକାଲ୍‌ ନ୍ୟୁଟ୍ରିସନ୍‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଯେଉଁମାନେ ଭଲଭାବେ ଶୋଇଥାନ୍ତି, ସେମାନଙ୍କର କମ୍‌ ଶୋଉଥିବା ଲୋକଙ୍କ ତୁଳନାରେ ୨୦ ପ୍ରତିଶତ ଅଧିକ କ୍ୟାଲୋରି ବର୍ଣ୍ଣ ହୋଇଥାଏ।ଏହି ଗବେଷଣାରେ ଆହୁରି ମଧ୍ୟ କୁହାଯାଇଛି ଯେ,ଯଦି ଆପଣ ନିର୍ବସ୍ତ୍ର ହୋଇ ଶୁଅନ୍ତି, ତେବେ ଆପଣଙ୍କ ଶରୀର ଥଣ୍ଡା ରହିଥାଏ। ଏହା ଫ୍ୟାଟ୍‌ ବର୍ଣ୍ଣ କରି ଦେଇଥାଏ ଏବଂ ଏହା ଫଳରେ ଓଜନ ହ୍ରାସ ପାଇବାର ସମ୍ଭାବନା ଅଧିକ ହୋଇଥାଏ।

ଯଦି ଆପଣ ପତଳା ହେବାକୁ ଚାହାଁନ୍ତି ବା ନିଜର ଓଜନ୍‌  କମ୍‌ କରିବାକୁ ଚାହାଁନ୍ତି, ତେବେ ଶୀଘ୍ର ଶୋଇ ଯାଆନ୍ତୁ ଓ  ବିଳମ୍ବିତ ରାତ୍ରିରେ ଭୋଜନ କରିବାରୁ ନିବୃତ୍ତ ହୁଅନ୍ତୁ।

 

 

 

ସମ୍ବନ୍ଧିତ ଖବର