ଲୁଣ ଚୋରି ଅଭିଯୋଗରେ ୩ ଗିରଫ

ପୁରୁଣା ଭୁବନେଶ୍ବର): ରାତିରେ ବୁଲିବୁଲି ରାଜଧାନୀରେ ଲୁଣ ଚୋରି କରୁଥିବା ଅଭିଯୋଗରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଓଲଟପୁର ଥାନା ଅଧୀନ ବାଗଲପୁରର ଅମୀୟ ଦାସ ଓରଫ୍‌ ଛୋଟୁ(୨୬), ବିରୁ ଦାସ(୩୫) ଓ ଅଟୋ ଚାଳକ ଜିତେନ୍ଦ୍ର ଦାସ(୨୭)। ଏମାନେ ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାରରେ ରହନ୍ତି। ଚୋରି‌ରେ ବ୍ୟବହୃତ (ଓଡି୦୨ସି-୨୩୮୩)ଅଟୋକୁ ପୁଲିସ ଜବତ କରିଛି। ସୂଚନା ଅନୁଯାୟୀ ସମାନ୍ତରାପୁର ବଜାରରେ ବିଭୁପ୍ରସାଦ ମହାପାତ୍ରଙ୍କ ଏକ ତେଜରାତି ଦୋକାନ ଅଛି। ଆଜି ଭୋର୍‌ ସମୟରେ ତାଙ୍କ ଦୋକାନ ଆଗରେ ଥିବା ଲୁଣ ବସ୍ତାକୁ ତିନି ଜଣ ଏକ ଅଟୋରେ ଭର୍ତି କରୁଥିବା ସେ ଦେଖିଥିଲେ। ସେ ପାଟି କରିବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ ଘେରି ଯାଇ ବହେ ଛେଚିବା ପରେ ପୁଲିସ ଜିମା ‌ଦେଇଥିଲେ।

ସମ୍ବନ୍ଧିତ ଖବର