ବୋହିଲେ ରେଳ ଦୁର୍ଘଟଣାର ମୃତକଙ୍କ ଶବ, ଏମସ ବିଦ୍ୟାର୍ଥୀ ସୃଷ୍ଟି କଲେ ଉଦାହରଣ

ଭୁବନେଶ୍ବର : ଏମ୍‌ସର ଡାକ୍ତରୀ ବିଦ୍ୟାର୍ଥୀମାନେ ଉଦାହରଣ ସୃଷ୍ଟି କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ରେ ବିଭିନ୍ନ ଡାକ୍ତରଖାନାରୁ ବାହାନଗା ରେଳ ଦୁର୍ଘଟଣାର ୩୯ ମୃତକଙ୍କ ଶବ ଏମ୍‌ସରେ ପହଞ୍ଚିଥିଲା। ଏହାକୁ ଆମ୍ବୁଲାନ୍ସରୁ ବୋହି ଶବ ଗୃହରେ ସଂରକ୍ଷିତ କରିବା କାର୍ଯ୍ୟ କରିଥିଲେ ଏମ୍‌ସର ୧୧ ଡାକ୍ତରୀ ବିଦ୍ୟାର୍ଥୀ। ଭୋର ପ୍ରାୟ ୩ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଲିଥିଲେ ମଧ୍ୟ ସେମାନେ ଶେଷ ପର୍ଯ୍ୟନ୍ତ ଏଥିରେ ସାମିଲ ଥିଲେ। ସେମାନଙ୍କ ଅନୁସାରେ ରେଳ ଦୁର୍ଘଟଣା ଯୋଗୁଁ ଯେଉଁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି, ସମସ୍ତେ ନିଜ ସାଧ୍ୟ ମତେ ସହାୟତା କରିବା ଉଚିତ। ତେଣୁ ବିଦ୍ୟାର୍ଥୀମାନେ ଏହି କାର୍ଯ୍ୟ କରିଛନ୍ତି। ଯାହାକୁ ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ ସ୍ବାଗତ କରିଛନ୍ତି।

ସମ୍ବନ୍ଧିତ ଖବର