ଆଜି ଯାଏଁ ଭୁବନେଶ୍ବର ବାର୍‌ କାର୍ଯ୍ୟବନ୍ଦ

ଭୁବନେଶ୍ବର : ଭୁବନେଶ୍ବର ଓକିଲ ସଂଘ ପକ୍ଷରୁ ଦୁଇଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଓକିଲ ସଂଘରେ ଫାଟ, କେତେକ ଓକିଲ କାର୍ଯ୍ୟରେ ଯୋଗ ଦେବାକୁ ଚାହୁଁଥିବା ନେଇ ପ୍ରଚାର ହେବା ପରେ ଓକିଲ ସଂଘର ସାଧାରଣ ବୈଠକ ବସି ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଦାବି ପୂରଣ ନ ହେଲେ ୩୦ ତାରିଖ ଦିନ ପୁଣି ଥରେ ବୈଠକ ବସି ପରବର୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ ବୋଲି ସଂଘର ସଭାପତି ଦୁର୍ଗାମାଧବ ମିଶ୍ର କହିଛନ୍ତି। ସଂଘ ସମ୍ପାଦକ ଅଞ୍ଜନ ସାମନ୍ତରାୟ କହିଛନ୍ତି, ଓକିଲ ସଂଘରେ ଫାଟ ହୋଇ ନାହିଁ। ଆଜି ସାଧାରଣ ବୈଠକରେ ଏହା ପ୍ରମାଣିତ ହୋଇଛି। ସଂଘର କୌଣସି ଓକିଲ ସଂଘର ନିଷ୍ପତ୍ତିକୁ ଅଗ୍ରାହ୍ୟ କରି କାର୍ଯ୍ୟ‌ କରିବେ ନାହିଁ ବୋଲି କହିଛନ୍ତି। ଏ ନେଇ ସମସ୍ତ କୋର୍ଟକୁ ଲିଖିତ ଭାବେ ଅବଗତ ମଧ୍ୟ କରାଯାଇଛି। ଓକିଲଙ୍କ ଭିତରେ ବିଭିନ୍ନ ରାଜନୈତିକ ଦଳର ସମର୍ଥକ ଅଛନ୍ତି। କିନ୍ତୁ ଏଠାରେ ଗୋଟିଏ ଦଳ ଓକିଲ ବୋଲି ସେ କହିଛନ୍ତି। ପରିସ୍ଥିତି ଜଟିଳ ହେଉଥିବାରୁ ସରକାର ହସ୍ତକ୍ଷେପ କରି ସମାଧାନ କରନ୍ତୁ ବୋଲି ସଂଘ ଦାବି କରିଛି।

ସମ୍ବନ୍ଧିତ ଖବର