ଓଡ଼ିଶା ରାଜ୍ୟ ସମବାୟ ୟୁନିଅନ୍ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ୍ ୯, ଜନପଥସ୍ଥିତ ସମବାୟ ଭବନଠାରେ ଓଡ଼ିଶା ରାଜ୍ୟ ସମବାୟ ୟୁନିଅନ୍‌ ପକ୍ଷରୁ ୬୫ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ। ଆର୍‌ସିଏସ୍ ତ୍ରିବିକ୍ରିମ ପ୍ରଧାନ, ଏଜିସିଏସ୍ ଭରତ ଚନ୍ଦ୍ର ବେହେରା, ଏମ୍‌ଡି (ଓଏସ୍‌ସିବି) ଏସ୍.ଏନ୍. ଗିରିଶ, ସଭାପତି ହେମନ୍ତ ନାୟକ ଓ ସଂପାଦକ ବିଜୟ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଧର୍ମେନ୍ଦ୍ର କୁମାର ସାବତ ଓ ବିପିନ ଚନ୍ଦ୍ର ଦାସ ଶିବିର ପରିଚାଳନା କରିଥିଲେ। ସମବାୟ ବିଭାଗୀୟ ସହକର୍ମୀ, ପରିଚାଳନା ପରିଷଦର ସଭ୍ୟସଭ୍ୟା ତଥା ବିଭିନ୍ନ ଶୀର୍ଷ ସମବାୟ ଅନୁଷ୍ଠାନର ସଭାପତି ଓ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ସହାୟତା କରିବା ସହିତ ରକ୍ତଦାନ କରିଥିଲେ। ମୁନିସିପାଲିଟି ରକ୍ତଭଣ୍ଡାର ଅଧିକାରୀ ଡା. ଜୟଦୀପ ଘୋଷ ଓ ତାଙ୍କ ସହକର୍ମୀମାନେ ଶିବିରରୁ ରକ୍ତସଂଗ୍ରହ କରିଥିଲେ। ଆମ ଓଡ଼ିଶାର ରକ୍ତଦାନ ସଂଯୋଜକଙ୍କ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର