ରାଜଧାନୀରୁ ୩୨୩ ଆକ୍ରାନ୍ତ, ୩୮୭ ସୁସ୍ଥ

ସଟ୍‌ଡାଉନ୍‌ରେ ବି ୨ହଜାର ଟେଷ୍ଟିଂ

ଭୁବନେଶ୍ବର : ରବିବାର ରାଜଧାନୀରୁ ୩୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୮୭ଜଣ ସୁସ୍ଥ ହୋଇଛନ୍ତି। ଏଥିରେ ଚନ୍ଦ୍ରଶେଖରପୁରରେ ୨୮ଜଣ, ଡୁମଡୁମାରୁ ୧୯, ବରମୁଣ୍ଡାରୁ ୭, ଆଇଆର୍‌ସି ଭିଲେଜରୁ ୭, ଖଣ୍ଡଗିରିରୁ ୧୬, ପଟିଆରୁ ୨୨, ପୁରୁଣା ଭୁବନେଶ୍ବରରୁ ୧୦, ସହିଦନଗରରୁ ୭, ନୂଆପଲ୍ଲୀରୁ ୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ବି ୫ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

ସଟ୍‌ଡାଉନ୍‌ରେ ବି ୨ହଜାର ଟେଷ୍ଟିଂ
ଭୁବନେଶ୍ବର : ବିଏମ୍‌ସି ପକ୍ଷରୁ ଏବେ କୋଭିଡ ଟେଷ୍ଟିଂ ଜୋରଦାର୍‌ କରାଯାଇଛି। ସଟ୍‌ଡାଉନ୍ ସତ୍ତ୍ବେ ଶନିବାର ୩୫୦୦ରୁ ଅଧିକ ଲୋକଙ୍କର କୋଭିଡ ପରୀକ୍ଷା ହୋଇଥିବାବେଳେ ଆଜି ୨ହଜାରରୁ ଅଧିକ ଲୋକଙ୍କର ଟେଷ୍ଟିଂ ହୋଇଛି। ତିନିଟି କଣ୍ଟେନମେଣ୍ଟ ଜୋନ୍, ସର୍ବସାଧାରଣ ସ୍ଥାନ, ବସ୍ତି ଅଞ୍ଚଳ, ଟିକାଦାନ କେନ୍ଦ୍ର, କଲୋନି, ମାର୍କେଟ୍ କମ୍ପ୍ଲେକ୍ସ, ଭିକାରୀ ଥଇଥାନ କେନ୍ଦ୍ର, ସହରାଞ୍ଚଳ ଆଶ୍ରୟସ୍ଥଳୀ ଆଦି ସ୍ଥାନରେ ଟେଷ୍ଟିଂ କରାଯାଇଥିଲା। ସେହିପରି ବିଏମ୍‌ସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍‌ରେ ଆଜି ବିଶୋଧନ କରାଯାଇଛି। ତିନିଟି ଲେଖାଏଁ କଣ୍ଟେନମେଣ୍ଟ ଅଞ୍ଚଳରେ ବୁଲି ବିଶୋଧକ ସ୍ପ୍ରେ କରାଯାଇଛି।

ସମ୍ବନ୍ଧିତ ଖବର