ନନ୍ଦନକାନନରେ କମିଲେ ପର୍ଯ୍ୟଟକ

ବାରଙ୍ଗ: ପହିଲି ରଜରେ ଆଜି ନନ୍ଦନକାନନକୁ କମ୍‌ ସଂଖ୍ୟକ ପର୍ଯ୍ୟଟକ ଆସିଥିବା ଜଣାପଡ଼ିଛି। ଆଜି ମାତ୍ର ୧୨ ହଜାର ୮୩୬ ଟିକେଟ୍‌ ବିକ୍ରି ହୋଇଥିବା ସୂଚନା ମିଳିଛି। ଗତ ବର୍ଷ ପହିଲି ରଜରେ ୨୧ ହଜାରରୁ ଅଧିକ ଟିକେଟ୍‌ ବିକ୍ରି ହୋଇଥିଲା। ତେଣୁ ଗତବର୍ଷ ତୁଳନାରେ ଏଥର ନନ୍ଦନକାନନରେ ପର୍ଯ୍ୟଟକ ସଂଖ୍ୟା ପ୍ରାୟ ଅଧା ହୋଇଯାଇଛି।

ସେହିଭଳି ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ମାତ୍ର ୭୬୨ ଟିକେଟ୍‌ ବିକ୍ରି ହୋଇଛି। ଏବେ ପ୍ରଚଣ୍ଡ ଗରମ ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ମହାଜାକଜମକରେ ପାଳିତ ହେଉଥିବା ରଜ ମହୋତ୍ସବ ପାଇଁ ନନ୍ଦନକାନନକୁ କମ୍ ସଂଖ୍ୟକ ସ୍ଥାନୀୟ ପର୍ଯ୍ୟଟକ ଆସିଥିବା କୁହାଯାଉଛି। ସେହିଭଳି ମହାପ୍ରଭୁ ଜଗନ୍ନାଥ ଏବେ ଅଣସର ଘରେ ଥିବାରୁ ପୁରୀକୁ ବାହାର ପର୍ଯ୍ୟଟକ ଆସୁନାହାନ୍ତି। ତେଣୁ ସ୍ବାଭାବିକ ଭାବେ ନନ୍ଦନକାନନକୁ ଏବେ ବାହାର ପର୍ଯ୍ୟଟକ କମ୍ ଆସୁଛନ୍ତି।

ସମ୍ବନ୍ଧିତ ଖବର