୨ ମାଲଗାଡ଼ି ଲାଇନଚ୍ୟୁତ: ଭାଇଜାଗ-ବିଜୟୱାଡ଼ା ରୁଟ୍‌ରେ ରେଳ ଚଳାଚଳ ପ୍ରଭାବିତ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ଅଣକପାଲି ଜିଲ୍ଲାରେ ଥାଡ଼ି ଓ ଅଣକପାଲି ରେଳ ଷ୍ଟେସନ ମଝିରେ ବୁଧବାର ଏକ କୋଇଲା ଭର୍ତ୍ତି ମାଲଗାଡ଼ି ଲାଇନଚ୍ୟୁତ ହେବା ପରେ ଉକ୍ତ ରାସ୍ତାରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବୁଧବାର ରାତି ୩ଟା ୩୫ରେ କୋଇଲା ଗାଡ଼ିଟି ଲାଇନଚ୍ୟୁତ ହୋଇଥିଲା। ଏହାଫଳରେ ବିଶାଖାପାଟଣା-ବିଜୟୱାଡ଼ା ରୁଟ୍‌ରେ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଦକ୍ଷିଣ କେନ୍ଦ୍ରୀୟ ରେଳପଥ ପକ୍ଷରୁ ଅନ୍ୟୂନ ୬ଟି ରେଳଗାଡ଼ିକୁ ବାତିଲ କରାଯାଇଥିବା ବେଳେ ଆଉ କେତେକ ଟ୍ରେନର ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି। ସେହିଭଳି ପଶ୍ଚିମବଙ୍ଗର ସିଲିଗୁଡ଼ିରେ ନ୍ୟୁ ଜଲପାଇଗୁଡ଼ି ଷ୍ଟେସନ ନିକଟରେ ବୁଧବାର ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଡାମଡିମ-ଏନ୍‌ଜେପି-ଚିଲାହାଟୀ ମାଲଗାଡ଼ିର ଦୁଇଟି ଚକ ଲାଇନରୁ ବାହାରି ଯାଇଥିବା ବେଳେ ଏଥିରେ କେହି ମୃତାହତ ହୋଇ ନ ଥିବା ଖବର ମିଳିଛି। ଆଜି ଦିନ ୧୧ଟା ୧୦ ବେଳେ ଏହି ଘଟଣା ଘଟିଥିବା ବେଳେ ଏଥିଯୋଗୁ ରେଳ ଚଳାଚଳ ସାମୟିକ ଭାବେ ବ୍ୟାହତ ହୋଇଥିଲା।

ସମ୍ବନ୍ଧିତ ଖବର