ଗଳିତ ମୃତଦେହ ଜବତ

ଭୁବନେଶ୍ବର : ମଞ୍ଚେଶ୍ବର ଥାନା ଅଧୀନ ମା’ ବନଦୁର୍ଗା ମଠକଡ଼ରୁ ଏକ ଗଳିତ ମୃତଦେହ ଜବତ ହୋଇଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କ ସାର୍ଟ ପକେଟ୍‌ରୁ ତାଙ୍କ ପରିଚୟ ମିଳିଛି। ସେ ହେଲେ, ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଣ୍ଡିଆ ଗ୍ରାମର ଟି. ଗଣେଶ (୬୦)। ୩ରୁ ୪ଦିନ ତଳେ ତାଙ୍କ ମୃତ୍ୟୁ ହୋଇଥିବା ପୁଲିସ୍‌ ସନ୍ଦେହ କରୁଛି। ପୁଲିସ୍‌ଠାରୁ ସୂଚନା ପାଇ ଆଜି ତାଙ୍କ ପରିବାରଲୋକ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ପାରିବାରିକ କଳହରୁ ସେ ୩ ଦିନ ତଳେ ରାଗି ଘରୁ ପଳାଇ ଆସିଥିଲେ। ଏ ନେଇ ପିପିଲି ଥାନାରେ ନିଖୋଜ ଏତଲା ଦିଆଯାଇଥିଲା। ଏଣୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ୍‌ ଅନୁମାନ କରୁଛି। କିନ୍ତୁ ମୃତକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର