ଏମ୍‌ବିଏସ୍‌ ପବ୍ଲିକ୍‌ ସ୍କୁଲର ପ୍ରତିଷ୍ଠା ଦିବସ

ଭୁବନେଶ୍ବର : ମହାବୋ‌ଧି ସୋସାଇଟ ଅଧୀନସ୍ଥ ଏମ୍‌ବିଏସ୍‌ ପବ୍ଲିକ ସ୍କୁଲର ୧୫ତମ ପ୍ରତିଷ୍ଠା ଦିବସ ଓ କ୍ରୀଡ଼ା ଉତ୍ସବ ଆଜି ବୁଦ୍ଧ ମନ୍ଦିରଠାରେ ପାଳିତ ହୋଇଯାଇଛି। ଜନଜାତି ଉନ୍ନୟନ ପରିଷଦର ସ୍ବତନ୍ତ୍ର ସଚିବ ଅଖିଳ ବିହାରୀ ଓତା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କେନ୍ଦ୍ରୀୟ ବିଦ୍ୟାଳୟ-୧ର ଅଧ୍ୟକ୍ଷ ଆର୍ତ୍ତତ୍ରାଣ ମିଶ୍ର ଏଥି‌ରେ ସ୍ବତନ୍ତ୍ର ଅତିଥି ଭାବେ ଉପସ୍ଥିତ ଥିଲେ। ବୁଦ୍ଧଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ଏକ ଉତ୍ତମ ନାଗରିକ ଭାବେ ନିଜକୁ ଗଢ଼ି ତୋଳିବାକୁ ଏହି ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ସଭାରେ ମହାବୋଧି ସୋସାଇଟିର କେନ୍ଦ୍ରୀୟ ପରିଚାଳନା କମିଟି ସଭ୍ୟ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସଭାପତିତ୍ବ କରିଥିଲେ। ସ୍କୁଲର ସମ୍ପାଦକ ସୌରେନ୍ଦ୍ର କୁମାର ମହାପାତ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସ୍କୁଲର ଅଧ୍ୟକ୍ଷ ଅମିତ କୁମାର କର ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷୟିତ୍ରୀ ମଧୁଲିତା ଦାଶ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତି‌ଯୋଗୀଙ୍କୁ ପୁରସ୍କୃତ କରାଯାଇଛି।

ସମ୍ବନ୍ଧିତ ଖବର