ବାରଙ୍ଗରେ ପ୍ରସିଦ୍ଧ କାର୍ତ୍ତିକେଶ୍ୱର ମହୋତ୍ସବ ଆରମ୍ଭ

ବାରଙ୍ଗ: ପ୍ରସିଦ୍ଧ କାର୍ତ୍ତି‌କେଶ୍ୱର ମହୋତ୍ସବ ପାଳନ ଲାଗି ସମଗ୍ର ବାରଙ୍ଗ ଚଳଚଞ୍ଚଳ ହୋଇଉଠିଛି। ପ୍ରଥମ ପର୍ଯ୍ୟାୟରେ ଫୁଲପୋଖରୀ ଗ୍ରାମ ମହାଦେବ କମିଟି ଓ ବଛିପୁର ଗ୍ରାମ ମଣ୍ଡପରେ ପ୍ରଭୁ କାର୍ତ୍ତିକେଶ୍ୱର ବିରାଜମାନ କରି ସାରିଛନ୍ତି। ଅପେକ୍ଷା କାର୍ତ୍ତିକ ପୂର୍ଣ୍ଣିମାକୁ। ଅବିଭକ୍ତ ବାରଙ୍ଗର ଛୋଟ ଓ ବଡ଼ ମୋଟ ୧୨୨ଟି ପୂଜା ମଣ୍ତପରେ ପୂଜା ପାଇବେ କାର୍ତ୍ତିକେଶ୍ୱର। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାତ୍ର ଏକ କିଲୋମିଟର ମଧ୍ୟରେ ସର୍ବାଧିକ ୨୨ଟି ମେଢ଼ ହେଉଥିବା ଦାଢ଼ାପାଟଣା ଆକର୍ଷଣର କେନ୍ଦ୍ର ପାଲଟିବ। ସବୁ ମଣ୍ଡପରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ସାରି ଖଡ଼ି ରଙ୍ଗ ଦେବା ଓ ସାଜସଜା କାମ ଚାଲିଛି। ଅପରପେକ୍ଷ ଚଳିତ ବର୍ଷ ମହୋତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପାଳନ ଲାଗି ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ଡିଜେ, ଆତସବାଜୀ, ନିଶାଦ୍ରବ୍ୟ ସେବନମୁକ୍ତ, ପଲିଥିନ୍‌ମୁକ୍ତ ଓ ଭସାଣି ଯାତ୍ରା ଛୁଟି ଦିନରେ କରିବା, ୧୦୦ ମିଟର ମଧ୍ୟରେ ଶୋଭାଯାତ୍ରା କଟକଣା ଆଦି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବା ଲାଗି ସବୁ ପୂଜାମଣ୍ଡପର କର୍ମକର୍ତ୍ତାମାନେ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର