ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ରେ ୫୫୦୦ ଘର ଧ୍ୱସ୍ତ

ଭୁବନେଶ୍ବର : ଅତି ଭୀଷଣ ସାମୁଦ୍ରିକ ବାତ୍ୟା ବୁଲ୍‌ବୁଲ୍‌ ଓଡ଼ିଶା ଛାଡ଼ି ଯିବା ପୂର୍ବରୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଂଜର କିଛି ଅଞ୍ଚଳକୁ ଅସ୍ତବ୍ୟସ୍ତ କରି ପକାଇଛି। ଯାଜପୁର ଜିଲ୍ଲାରେ ମଧ୍ୟ ସାମାନ୍ୟ ପ୍ରଭାବ ପଡ଼ିଛି। ଏହିପରି ୬ଟି ଜିଲ୍ଲାରେ ବିପର୍ଯ୍ୟୟ ଘଟାଇଛି ବୁଲ୍‌ବୁଲ୍‌। ସ୍ଥିତି ଆକଳନ କରିବା ପରେ ଆଜି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ନୂଆଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିିଦର୍ଶନ କରିବେ। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରିବା ପରେ ଅପରାହ୍ନରେ ବରିଷ୍ଠ ଅଧିକାରୀଙ୍କ ସହିତ ବାତ୍ୟା ପ୍ରଭାବର ସମୀକ୍ଷା କରିବେ। ସମ୍ଭବତଃ ରାଜ୍ୟ ସରକାର ଏହା ପରେ ପ୍ରଭାବିତଙ୍କ ପାଇଁ କିଛି ପ୍ୟାକେଜ େଘାଷଣା କରିପାରନ୍ତି। ଆଜି ଏହା ପୂର୍ବରୁ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ବୁଲ୍‌ବୁଲ୍‌ କ୍ଷୟକ୍ଷତି େନଇ େଲାକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ଆେଲାଚନା େହାଇଥିଲା। ମୁଖ୍ୟ ଶାସନ ସଚିବ ତାଗିଦ୍ କରିଛନ୍ତି େଯ କ୍ଷୟକ୍ଷତି ଆକଳନରେ ଶତ ପ୍ରତିଶତ ସ୍ବଚ୍ଛତା ରହିବା ଦରକାର। ଫସଲ ନଷ୍ଟ ‌େହାଇଥିବା ଜମି ସହ ସଂପୃକ୍ତ ଚାଷୀଙ୍କର ଭିଡିଓ ଗ୍ରାଫି ଓ ଫଟୋଗ୍ରାଫ୍ କରାଯିବ। ସେହିପରି େଯଉଁମାନଙ୍କର ଘର ଆଦି ଭାଙ୍ଗିଛି, ତାର ସଠିକ୍ ଓ ପ୍ରମାଣ ଭିତ୍ତିକ ତନଖି କରି ରିେପାର୍ଟ ଦେବାକୁ କୁହାଯାଇଛି। ମଙ୍ଗଳବାର ସୁଦ୍ଧା େଯ କୌଣସି ପରିସ୍ଥିତିରେ ବିଦ୍ୟୁତ ବ୍ୟବସ୍ଥାରେ ସୁଧାର ଆଣିବାକୁ ମୁଖ୍ୟସଚିବ ଶକ୍ତି ବିଭାଗକୁ ନିର୍ଦେଶ ଦେଇଛନ୍ତି।

ପ୍ରାରମ୍ଭିକ ରିେପାର୍ଟକୁ ଅନୁଧ୍ୟାନ କରି ଆଜି ସ୍ବତନ୍ତ୍ର ରିଲିଫ୍ କମିସନର କହିଛନ୍ତି ଯେ ବୁଲ୍‌ବୁଲ୍‌ ରାଜ୍ୟର ପ୍ରଭାବିତ ଜିଲ୍ଲାମାନଙ୍କରେ ୫୫୦୦ ଘର ଭାଙ୍ଗି ଧ୍ବସ୍ତ ବିଧ୍ବସ୍ତ କରିଦେଇଛି। େଗାଟିଏ ସପ୍ତାହ ଭିତରେ ଏ ସଂକ୍ରାନ୍ତ ଅନୁଧ୍ୟାନ ସରିବା ପରେ ପ୍ରକୃତ ରିେପାର୍ଟ ହସ୍ତଗତ ହେବ। ୩ଲକ୍ଷ େହକ୍ଟର ଚାଷ ଜମି ନଷ୍ଟଭ୍ରଷ୍ଟ େହାଇଯାଇଛି। ଏ ମଧ୍ୟରୁ ୨ଲକ୍ଷ େହକ୍ଟରରୁ ଅଧିକ ଜମିରେ ୩୩%ରୁ ଅଧିକ ପରିମାଣର ଫସଲ ନଷ୍ଟ େହାଇଛି। କୃଷି ଓ ରାଜସ୍ବ ବିଭାଗର ଅଧିକାରୀଙ୍କୁ ନେଇ ଯୁଗ୍ମ କମିଟି ସପ୍ତାହେ ଭିତରେ ଏ ସଂକ୍ରାନ୍ତରେ ରିେପାର୍ଟ ଦେବେ।

ଏସଆରସି କହିଛନ୍ତି ଯେ ବାତ୍ୟା େଯାଗୁଁ ୧୬ଲକ୍ଷ ବିଦ୍ୟୁତ ଉପଭୋକ୍ତା ପ୍ରଭାବିତ େହାଇଥିଲେ। ଏ ମଧ୍ୟରୁ ୯୪% ଅର୍ଥାତ୍ ପ୍ରାୟ ୧୫ଲକ୍ଷ ଉପଭୋକ୍ତାଙ୍କୁ ବିଦ୍ୟୁତ େଯାଗାଣ ସ୍ବାଭାବିକ େହାଇଛି। ୧୨ ତାରିଖ ସୁଦ୍ଧା ବାକି ଅଞ୍ଚଳରେ ବିଦ୍ୟୁତ େଯାଗାଣ ଶତ ପ୍ରତିଶତ ସ୍ବାଭାବିକ େହବ।

ଗ୍ରାମାଞ୍ଚଳରେ କ୍ଷୟକ୍ଷତି େହାଇଥିବା ପାନୀୟ ଜଳ ପ୍ରକଳ୍ପ ସଂପର୍କରେ ସୂଚନା ଦେଇ ଶ୍ରୀ ଜେନା କହିଛନ୍ତି ଯେ ବାଲେଶ୍ବର, ଭଦ୍ରକ ଓ େକନ୍ଦ୍ରାପଡ଼ାରେ ବିଦ୍ୟୁତ ସରବରାହରେ ବ୍ୟାଘାତ େଯାଗୁଁ ୬୫୩ଟି ପାନୀୟ ଜଳ ପ୍ରକଳ୍ପ ଅଚଳ େହାଇ ପଡିଛି। ଇତିମଧ୍ୟରେ ୧୭୪ର ପୁନରୁଦ୍ଧାର େହାଇଛି। ୪୫ଟି ପ୍ରକଳ୍ପକୁ ଜେନେରେଟର ମାଧ୍ୟମରେ ସଚଳ କରାଯାଇଛି। ବାକି ଗାଁରେ ଟ୍ୟାଙ୍କର ଓ ସିନଟେକ୍ସ ମାଧ୍ୟମରେ ପାନୀୟ ଜଳ େଯାଗାଣ ବ୍ୟବସ୍ଥା କରାଯାଇଛି। ୧୨ ତାରିଖ ସୁଦ୍ଧା ସବୁ ଅଞ୍ଚଳରେ ପାନୀୟ ଜଳ େଯାଗାଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସ୍ବାଭାବିକ କରାଯିବ।

ସରକାରୀ ରି‌େପାର୍ଟ ଅନୁସାରେ, ବାତ୍ୟା ସମୟରେ ଜଗତସିଂହପୁର, େକନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ମୟୂରଭଂଜ ଜିଲ୍ଲାର ୮୨୧୮ େଲାକଙ୍କୁ ସ୍ଥାନାନ୍ତର କରାଯାଇଥିଲା ଓ ୯୧ ଟି ଆଶ୍ରୟସ୍ଥଳରେ ସେମାନେ ରହିଥିଲେ। ଏବେ ସେମାନେ ନିଜ ନିଜ ଘରକୁ େଫରିସାରିଲେଣି।

ଏନଡିଆରଏଫ୍‌, ଓଡ୍ରାଫ୍ ଓ ଅଗ୍ନିଶମ କର୍ମଚାରୀଙ୍କ ସହଯୋଗରେ ଗଛ କଟାଯାଇ ଗମନାଗମନ ସ୍ବାଭାବିକ କରାଯାଇଛି େବାଲି ଏସଆରସି ସୂଚାଇଛନ୍ତି। କୁହାଯାଇଛି, ଏସବୁ ଟିମ୍ ଦ୍ବାରା ୪୬ ବ୍ଲକ ଓ ୧୨ଟି ସହରାଞ୍ଚଳରେ ରାସ୍ତାଘାଟ ସଫା କାର୍ଯ୍ୟ କରାଯାଇଥିଲା। ବାତ୍ୟାେର ୬୫ଟି ପଶୁସଂପଦ ନଷ୍ଟ େହାଇଥିବା କୁହାଯାଇଛି। ଏମାନଙ୍କ ମଧ୍ୟରେ ୧୧ଟି ବଡ଼ ପଶୁ, ୪ଟି େଛଳି ଆଦି ଜାତୀୟ ସାନ ପଶୁ ଓ ୫୦ଟି କୁକୁଡା ଜାତୀୟ ଜୀବ ଅଛନ୍ତି।

ବାତ୍ୟାରେ ତିନିଜଣଙ୍କର ମୃତ୍ୟୁ େହାଇଥିବା େନଇ କୁହାଯାଇଥିଲା। ତେବେ ସରକାର କହିଛନ୍ତି ଯେ ବାତ୍ୟାରେ ଜଣେ ବି କେହି ପ୍ରାଣ ହରାଇନାହାନ୍ତି। ଏସଆରସି କହିଛନ୍ତି ଯେ େକନ୍ଦ୍ରାପଡାର ୩ଜଣଙ୍କର ମୃତ୍ୟୁ ସଂପର୍କରେ ଅନୁଧ୍ୟାନ କରାଯାଇଥିଲା। ୨ଜଣଙ୍କର ମୃତ୍ୟୁ ବାତ୍ୟା ଜନିତ ନୁହେଁ େବାଲି ତଦନ୍ତରୁ ଜଣାପଡିଛି। ଅନ୍ୟ ଜଣେ ବ୍ୟକ୍ତି ୭୨ବର୍ଷର ବୃଦ୍ଧ। ରାତିରେ େଶାଇଥିବା ବେଳେ ତାଙ୍କର ମୃତ୍ୟୁ େହାଇଥିଲା। ତହସିଲଦାର ଓ ଆରଆଇ ଘଟଣାସ୍ଥଳ ଯାଞ୍ଚ କରିଥିଲେ। ସେ େଶାଇଥିବା ଘରର କାନ୍ଥ ପଡିଯାଇଥିଲା। ତହସିଲଦାରଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ମୃତକଙ୍କ ନିକଟ ସଂପର୍କୀୟ ଶବକୁ ବ୍ୟବଚ୍ଛେଦ କରିବାକୁ ନ ଦେଇ ସଂସ୍କାର କରିଥିଲେ। ଏ ମୃତ୍ୟୁର ବିଭିନ୍ନ ଦିଗ ସଂପର୍କରେ ଅଧିକ ତଦନ୍ତ କରିବା ଲାଗି େକନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ଏହି ବୈଠକରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର