ମା’ ମଙ୍ଗଳା କ୍ଲବ୍ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ଆଜି ବିଶ୍ୱ ଏଡ୍‌ସ ଦିବସ ପାଳନ ଅବସରରେ ସ୍ଥାନୀୟ ଜିଜିପି କଲୋନିସ୍ଥିତ ଶିରିଡ଼ି ସାଇ ମନ୍ଦିର ପରିସରରେ ଭୁବନେଶ୍ୱରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମା ମଙ୍ଗଳା କ୍ଲବ୍ ଓ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ସମାଜସେବୀ ଅଭିଳାଷ ମାଣିଆଙ୍କ ୩୨ ତମ ଜୟନ୍ତୀକୁ ମଧ୍ୟ ଏହି ଶିବିର ମାଧ୍ୟମରେ କ୍ଲବର ସଦସ୍ୟମାନେ ପାଳନ କରିଥିଲେ। ଶିବିରରେ ସମାଜସେବୀ ଶ୍ରୀ ମାଣିଆ ଓ ଯଜ୍ଞାଶିଷ ମହାପାତ୍ର ପ୍ରମୁଖ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। କ୍ଲବ୍ ପକ୍ଷରୁ ଆଶିଷ ରାଉତ, ମିଲନ ମହାନ୍ତି, ସନ୍ଦୀପ ମହାନ୍ତି, ଲିଙ୍କନ୍ ଜେନା, ବିକାଶ ଜେନା ଓ ସୁଧାଂଶୁ ଖୁଣ୍ଟିଆ ଶିବିର ପରିଚାଳନା କରିଥିବାବେଳେ ସମସ୍ତ ସଦସ୍ୟ ସହାୟତା କରିଥିଲେ। କ୍ଲବ୍‌ର ସଦସ୍ୟଙ୍କ ସମେତ ମୋଟ ୬୧ ଜଣ ରକ୍ତଦାନ କରିଥିଲେ। କଟକ ବଡ଼ ମେଡିକାଲ୍‌ ରକ୍ତଭଣ୍ଡାରର ସହକର୍ମୀମାନେ ଏହି ଶିବିରରୁ ରକ୍ତସଂଗ୍ରହ କରିଥିଲେ। ଆମ ଓଡ଼ିଶାର ରକ୍ତଦାନ ସଂଯୋଜକଙ୍କ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର