ମାଗଣା ହେଲ୍‌ମେଟ୍‌ ପାଇଁ ଭିଡ଼

ଭୁବନେଶ୍ବର: ଆଜି କମିସନରେଟ୍ ପୁଲିସ ଓ ରାପିଡୋ‌ ପକ୍ଷରୁ ମାଗଣା ହେଲ୍‌ମେଟ୍‌ ବଣ୍ଟନ କାର୍ଯ୍ୟକ୍ରମ ଲୋୟର ପିଏମ୍‌ଜିଠାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ପୁଲିସ କମିସନର୍‌ ସତ୍ୟଜିତ୍‌ ମହାନ୍ତି ଓ ଡିସିପି ଅନୁପ ସାହୁ ଯୋଗଦେଇ ଲୋକମାନଙ୍କୁ ହେଲ୍‌ମେଟ୍‌ ପ୍ରଦାନ କରିଥିଲେ। ରାସ୍ତାରେ ବିନା ହେଲ୍‌ମେଟ୍‌ ଯାଉଥିବା ଲୋକମାନଙ୍କୁ ଅଟକା ଯାଇଥିଲା। ସେମାନଙ୍କଠାରୁ ଫାଇନ୍‌ ଆଦାୟ ବଦଳରେ ହେଲମେଟ୍ ପ୍ରଦାନ କରାଯାଇ ସଚେତନ କରାଯାଇଥିଲା। ମାଗଣା ‌ହେଲେମେଟ୍‌ ନେବା ପାଇଁ ସେଠାରେ ବେଶ ଭିଡ଼ ଜମିଥିଲା। କାର୍ଯ୍ୟକ୍ରମରେ ଟ୍ରାଫିକ୍‌ ଏସିପି ଅନୁପ କାନୁନ୍‌ଗୋ, ଆଇଆଇସି ସୁରେନ୍ଦ୍ର ବଳ, ପ୍ରମୋଦ ପଟ୍ଟନାୟକ ଓ ରାପିଡୋର କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର