କୁଖ୍ୟାତ ବାଇକ୍ ଚୋର ଟୁକୁନା ଗିରଫ

ଭୁବନେଶ୍ବର : ଝାରପଡ଼ା ମସ୍‌ଜିଦ ସାହିରେ ରହୁଥିବା କୁଖ୍ୟାତ ବାଇକ୍ ଚୋର ସାଜିଦ୍ ଖାନ୍(୨୯)ଓରଫ ଟୁକୁନାକୁ ଭରତପୁର ପୁଲିସ୍ ସୋମବାର ଗିରଫ କରିଛି। ଟୁକୁନା ନାଁରେ ଲକ୍ଷ୍ମୀସାଗର ଥାନାରେ କେବଳ ୧୦ରୁ ଅଧିକ ବାଇକ୍ ଚୋରି ମାମଲା ରହିଥିବା ବେଳେ ବିଭିନ୍ନ ଥାନାରେ ପ୍ରାୟ ୨୦ଟି ମାମଲା ରହିଛି। ଟୁକୁନା ଜଣେ ପେସାଦାର ବାଇକ୍ ଚୋର। ମାଷ୍ଟର୍ ଚାବି କିମ୍ବା କଟର୍‌ ସାହାଯ୍ୟରେ ସେ ଆଖି ପିଛୁଳାକେ ବାଇକ୍ ଲୁଟି ନେଇଥାଏ। ତେବେ ଆଜି ଦିନ ବେଳା ଭରତପୁର ପୁଲିସ୍ ପାଟ୍ରୋଲିଂ କରୁଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ଯେ ଟୁକୁନା ଏକ ବାଇକ୍‌ ଚୋରି କରି ନେଉଯାଉଛି। ପୁଲିସ ତାକୁ ବାଟରେ ମାଡ଼ି ବସିଥିଲା।

ପାଞ୍ଚ ବର୍ଷ ପରେ ଧରାପଡ଼ିଲା ଗାଡ଼ି ଚୋର
ଭୁବନେଶ୍ବର : ୫ବର୍ଷ ତଳର ଏକ ଗାଡ଼ି ଚୋରି ମାମଲାରେ ବଡ଼ଗଡ଼ ଥାନା ପୁଲିସ ସୋମବାର ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ନାଗେଶ୍ବର ଟାଙ୍ଗୀର ମାନସ ନାୟକ ଓ ସନ୍ତୋଷ ପ୍ରଧାନ। ସେମାନଙ୍କ ନାମରେ ମହିଳାଙ୍କୁ ଅସଦାଚରଣ ମାମଲା ମଧ୍ୟ ରହିଛି। ଅଭିଯୋଗ ମୁତାବକ, ଗତ ୨୦୧୬ ମସିହାରେ ସେମାନେ ଗୌତମନଗରର ଦିଲୀପ ବାରିକଙ୍କ ବାଇକ୍‌ ଚୋରି କରିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଗୋଡ଼ାଇଥିଲେ। ତେଣୁ ସେମାନେ ଗାଡ଼ି ଛାଡ଼ି ପଳାଇ ଯାଇଥିଲେ। ଏ ସଂପର୍କରେ ଥାନାରେ ଅଭିଯୋଗ ହେବା ପରେ ଗିରଫଦାରୀ ଭୟରେ ସେମାନେ ଫେରାର୍‌ ହୋଇଯାଇଥି‌ଲେ। ତେବେ ଗତରାତିରେ ସେମାନେ ଘରେ ଥିବା ଖବର ପାଇ ପୁଲିସ ଚଢ଼ଉ କରି ଉଭୟଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର