ପଟିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା

ଚନ୍ଦ୍ରଶେଖରପୁର: ଆଜି ପଟିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁମାନଙ୍କ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୋଟ ୨୧୩ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ଏଥିରେ ଶାନ୍ତନୁ ପଟ୍ଟନାୟକ ମୁଖ୍ୟ ଅତିଥି, ଅନନ୍ୟା ଦାସ ଓ ସନ୍ତୋଷ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କର ମନରେ ବୈଜ୍ଞାନିକ ମନୋବୃତ୍ତି ଜାଗ୍ରତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ।

ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାକେଶ କୁମାର ପାଣି ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ବିଜ୍ଞାନ ପ୍ରମୁଖ ସନ୍ତୋଷ କୁମାର ତ୍ରିପାଠୀ ସଭା ପରିଚାଳନା କରିବା ସହ ସମ୍ପୂର୍ଣ୍ଣ ବିଜ୍ଞାନମେଳା ପରିଚାଳନା କରିଥିଲେ। ବିଦ୍ୟାଳୟର ଗୁରୁଜୀ, ଗୁରୁମା’ଙ୍କ ସହଯୋଗରେ ଏହି ବିଜ୍ଞାନମେଳା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର