ଆଧାର କାର୍ଡ୍‌ ସଂଯୋଗକୁ ନେଇ ଆପଣଙ୍କ ମନରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ଜାଣନ୍ତୁ

ଏହି ସମସ୍ତ ଜିନିଷର ଆଧାର କାର୍ଡ୍‌ ସଂଯୋଗ ବିଷୟରେ ଆପଣ ନିଶ୍ଚୟ ଜାଣିବା ଜରୁରି

 

ଅନେକ ସରକାରୀ ଯୋଜନା ଓ ଅର୍ଥନୈତିକ କାରବାର ପାଇଁ ଆଧାର ଲିଙ୍କ୍‌ କରିବାକୁ ୩୧ ମାର୍ଚ୍ଚ, ୨୦୧୮ ଯାଏଁ ସମୟ ଦିଆଯାଇଥିଲା। ପାନ୍‌ କାଡ୍‌ର୍, ବ୍ୟାଙ୍କ୍‌ ଆକାଉଣ୍ଟ୍‌, ମୋବାଇଲ୍‌ ସିମ୍‌, ମ୍ୟୁଚୁଆଲ୍‌ ଫଣ୍ଡ୍‌, ପିପିଏଫ୍‌, କେଭିପି ଇତ୍ୟାଦି ପାଇଁ ଆଧାର କାର୍ଡ ସଂଯୋଗ ବାଧ୍ୟତାମୂଳକ କରାଯାଇଛି। ଆଧାର କାର୍ଡ୍‌ର ଦୁରୁପଯୋଗ ହେବାର ଆଶଙ୍କା ଥିବାରୁ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଆସୁଛି। ଯଦି ଆଧାର ଲିଙ୍କ୍‌କୁ ନେଇ ଆପଣଙ୍କ ମନରେ କିଛି ପ୍ରଶ୍ନ ରହିଛି, ଜାଣନ୍ତୁ ତାହାର ଉତ୍ତର।

UIDAI ପାଖରେ ଆପଣଙ୍କ ବାୟୋମ୍ୟାଟ୍ରିକ୍ସ୍‍, ବ୍ୟାଙ୍କ୍‌ ଆକାଉଣ୍ଟ୍‌, ପାନ୍‌ ଇତ୍ୟାଦିର ସମସ୍ତ ତଥ୍ୟ ରହିଛି। ଆପଣଙ୍କ କାର୍ଯ୍ୟକଳାପ ଟ୍ରାକ୍‌ କରିବା ପାଇଁ ଏହାକୁ ବ୍ୟବହାର କରାଯିବ କି?
ୟୁଆଇଡିଏଆଇ (UIDAI) ଡାଟାରେ କେବଳ ଏହି ସବୁ ତଥ୍ୟ ରହିଥାଏ –
୧. ନାମ, ଠିକଣା, ଜନ୍ମ ତାରିଖ ଓ ଲିଙ୍ଗ, ୨. ୧୦ଟି ଆଙ୍ଗୁଠି ଚିହ୍ନ, ୨ଟି ଆଇଆର୍‌ଆଇଏସ୍‌ (IRIS) ସ୍କାନ୍ସ ଓ ଫେସିଆଲ୍‌ ଫଟୋଗ୍ରାଫ୍‌, ୩. ମୋବାଇଲ ନମ୍ବର ଓ ଇମେଲ୍‌ ଆଇଡି।
UIDAI ପାଖରେ ଆପଣଙ୍କ ପରିବାର, ଜାତି, ଧର୍ମ, ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଆଦିର ତଥ୍ୟ ରହି ନ ଥାଏ।

ଯଦି ଆପଣ ନିଜ ବ୍ୟାଙ୍କ୍‌ ଆକାଉଣ୍ଟ୍‌, ସେୟାର୍‌, ମ୍ୟୁଚୁଆଲ୍‌ ଫଣ୍ଡ୍‌ ଓ ମୋବାଇଲ୍‌ ଫୋନ୍‌ ଆଧାର ସହ ଲିଙ୍କ୍‌ କରିବେ ତେବେ ଯାଇ UIDAIକୁ ସମସ୍ତ ତଥ୍ୟ ମିଳିଯିବ?
ବ୍ୟାଙ୍କ୍‌, ମ୍ୟୁଚୁଆଲ୍‌ ଫଣ୍ଡ୍‌ କମ୍ପାନୀ ଓ ମୋବାଇଲ୍‌ ଫୋନ୍‌ କମ୍ପାନିକ ୁଆଧାର ନମ୍ବର ଦେଲେ ସେମାନେ କେବଳ ଆପଣଙ୍କ ଆଧାର ନମ୍ବରUIDAIକୁ ପଠାଇ ଥାଆନ୍ତି। ଆପଣଙ୍କ ବାୟୋମାଟ୍ରିକ୍ସ୍‍ ଓ ନାମ UIDAIକୁ କେବଳ ଭେରିଫିକେସନ୍‌ ପାଇଁ ପଠାଯାଇଥାଏ। UIDAIକୁ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ନମ୍ବର କିମ୍ବା ଅନ୍ୟାନ୍ୟ ଜିନିଷ ପଠାଯାଏ ନାହିଁ।

କାହିଁକି ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ଆଧାର ସହ ଲିଙ୍କ୍‌ କରିବା ପାଇଁ କୁହାଯାଇଛି?
ଆପଣଙ୍କ ନିଜର ସୁରକ୍ଷା ପାଇଁ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ସହ ଆଧାର ଲିଙ୍କ୍‌ କରିବା ପାଇଁ କୁହାଯାଇଛି। ଯଦି ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଆଧାର ଲିଙ୍କ୍‌ ଥିବା, ଏହା ଫଳରେ ଆପଣଙ୍କ ଆକାଉଣ୍ଟ୍‌ରୁ ଯଦି କେହି ହ୍ୟାକ୍‌ କରି ପଇସା କାଢ଼େ ତା’ହେଲେ ଆଧାର ଜରିଆରୁ ହ୍ୟାକର୍‌କୁ ଧରି ଦଣ୍ଡ ଦିଆଯାଇ ପାରିବ।

କାହିଁକି ଆପଣଙ୍କ ମୋବାଇଲ୍‌ ନମ୍ବରକୁ ଆଧାର ସହ ଲିଙ୍କ୍‌ କରିବା ପାଇଁ କୁହାଯାଇଛି?
ଆପଣଙ୍କ ନିଜର ଓ ଦେଶର ସୁରକ୍ଷା ପାଇଁ ଆଧାର ଆପଣଙ୍କ ମୋବାଇଲ୍‌ ସବ୍‌ସ୍କ୍ରାଇବର୍‌ ସହ ଲିଙ୍କ୍‌ କରିବା ପାଇଁ କୁହାଯାଇଛି। ଏହା ଫଳରେ ଆପଣଙ୍କ ମୋବାଇଲ୍‌ ନମ୍ବରରୁ କୌଣସି ଅପରାଧିକ ବ୍ୟବହାର ହେଲେ, ଆଧାର ମାଧ୍ୟମରୁ ତୁରନ୍ତ ଅପରାଧିକୁ ଧରି ଦଣ୍ଡ ଦିଆ ଯାଇପାରିବ।

କ’ଣ କୌଣସି ମୋବାଇଲ୍‌ କମ୍ପାନି ଆପଣଙ୍କ ବାୟୋମାଟ୍ରିକ୍ସ୍‍ ରଖି ଅନ୍ୟ ଜିନିଷ ପାଇଁ ଭବିଷ୍ୟତରେ ବ୍ୟବହାର କରିବ?
କୌଣସି ବି ମୋବାଇଲ୍‌ କମ୍ପାନି ଆପଣଙ୍କ ଆଧାର ଭେରିଫିକେସନ୍‌ କରିବା ପାଇଁ କେବଳ ବାୟୋମେଟ୍ରିକ୍ସ୍‍ ନେଇଥା’ନ୍ତି ଭେରିଫିକେସନ୍‌ ଓ ଲିଙ୍କ୍‌ କରିବା ପାଇଁ। ଯାହା UIDAI କୁ ଆପଣଙ୍କ ଫିଙ୍ଗର୍‌ପ୍ରିଣ୍ଟ୍‌ସ ଏନ୍‌କ୍ରିପ୍‌ଟେଡ୍‌ ହୋଇ ଯାଇଥାଏ।

ଯଦି କୌଣସି କମ୍ପାନି ବା ଏଜେନ୍‌ସିଜ୍‌ ଇ-ଆଧାର ଗ୍ରହଣ ନ କରି ଅରିଜିନାଲ୍‌ ଆଧାର ମାଗୁଛନ୍ତି, କ’ଣ କରିବେ?
UIDAI େଓ୍ଵବ୍‌ସାଇଟ୍‌ରୁ ଡାଉନ୍‌ଲୋଡ୍‌ କରି କୌଣସି ବି ଏଜେନ୍‌ସିକୁ ଆପଣ ଇ-ଆଧାର ଦେଇପାରିବେ। ଉଭୟ ଇ-ଆଧାର ଓ ଆଧାର କାଡ୍‌ ଭାଲିଡ୍‌ ଯାହା UIDAI ମାଧ୍ୟମରୁ ଇସ୍ୟୁ କରାଯାଇଛି। ଯଦି କେହି ଇ-ଆଧାର ନେବା ପାଇଁ ମନା କରୁଛନ୍ତି ତା’ହେଲେ ଆପଣ ଅଭିଯୋଗ କରିପାରିବେ।
ସମ୍ବନ୍ଧିତ ଖବର