ଡି ବ୍ରଦର୍ସ ଲିଙ୍କ୍‌ : ଧର୍ମଶାଳା ବିଧାୟକଙ୍କୁ ଇଡି ପକ୍ଷରୁ ନୋଟିସ୍‌ ଜାରି

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳାର ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କର ଡି ବ୍ରଦର୍ସଙ୍କ ସହ ସଂପର୍କ ଥିବା ସନ୍ଦେହରେ ବିଧାୟକ ବଳବନ୍ତରାୟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଏକ ସମନ ଜାରି ହୋଇଛି। ଏହି ସମନରେ ବିଧାୟକ ବଳବନ୍ତରାୟଙ୍କୁ ଆଗାମୀ ୭ ତାରିଖ ଅପରାହ୍ନ ୩ଟାରେ ସମସ୍ତ କାଗଜପତ୍ର ସହ ଭୁବନେଶ୍ୱର ଇଡି କାର୍ଯ୍ୟାଳୟରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ପହିଲାରେ ଜାରି କରାଯାଇଥିବା ଏହି ସମନରେ ପରିବହନ କମ୍ପାନି ବଳବନ୍ତ ଟ୍ରାନ୍ସପୋର୍ଟର ୨୦୦୫-୦୬ରୁ ୨୦୦୯-୧୦ ଆର୍ଥିକ ବର୍ଷର ସମସ୍ତ ଅଡିଟ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଧଳ ବ୍ରଦର୍ସ ସୁଶାନ୍ତ କୁମାର ଧଳସାମନ୍ତ ଓ ସୁଶୀଳ କୁମାର ଧଳସାମନ୍ତ ଏବେ ବଲାଙ୍ଗିର ଜେଲ୍‌ରେ ଅଛନ୍ତି। ପୂର୍ବରୁ ଏହି ଡି ବ୍ରଦର୍ସଙ୍କର କଟକର ଜଣେ ପ୍ରଭାବଶାଳୀ ବିଧାୟକଙ୍କ ସହ ସଂପର୍କ ଥିବା କୁହାଯାଉଥିଲା। ଟେଣ୍ଡର ଫିକ୍ସିଂ, ଦାଦାବଟି, ବାଲିଘାଟ ଟେଣ୍ଡର, ହତ୍ୟା ଆଦିି ବିଭିନ୍ନ ଅପରାଧୀକ ମାମଲା ଏହି ଦୁଇ ଭାଇଙ୍କ ନାମରେ ରହିଛି। ଏବେ ଡି ବ୍ରଦର୍ସଙ୍କ ସହ ଆର୍ଥକ ସଂପର୍କ ରହିଛି ବୋଲି ସନ୍ଦେହ କରାଯାଉଥିବା ପ୍ରଣବ କୁମାର ବଳବନ୍ତରାୟଙ୍କକୁ ପୂର୍ବରୁ ଚିଟ୍‌ଫଣ୍ଡ୍‌ ମାମଲାରେ ସିବିଆଇ ପକ୍ଷରୁ ଜେରା କରାଯାଇଥିଲା।

ସମ୍ବନ୍ଧିତ ଖବର