ସାମ୍ନା ଲୋକକୁ ନିଜ ପ୍ରତି ଆକୃଷ୍ଟ କରିବାକୁ ଚାହାନ୍ତି କି? ଆପଣାନ୍ତୁ ଚାଣକ୍ୟ କହିଥିବା ଏହି ସବୁ ଉପାୟ

ପ୍ରତ୍ୟେକ ଲୋକ ପ୍ରତ୍ୟେକଙ୍କଠାରୁ ଭିନ୍ନ। ପ୍ରତ୍ୟେକଙ୍କ ପୋଷାକ ପସନ୍ଦ, ଖାନାପିନା, କଥାବାର୍ତ୍ତା ସମସ୍ତଙ୍କଠାରୁ ଭିନ୍ନ। ତାପରେ ବି ଜଣେ ଅନ୍ୟ ଜଣଙ୍କୁ ନିଜ ପ୍ରତି ଆକୃଷ୍ଟ କରିବାର ଚେଷ୍ଟା ଅବଶ୍ୟ କରିଥାନ୍ତି। ଅନ୍ୟମାନେ ମୋତେ ଭଲପାଆନ୍ତୁର ଇଚ୍ଛା କାହାର ବା ନାହିଁ! ତେବେ, ଏହା ଶୁଣିବାକୁ ଯେତିକି ସହଜ ଲାଗେ ବାସ୍ତବରେ ସେତିକି ସହଜ ଆଦୌ ବି ନୁହେଁ। ଅର୍ଥଶାସ୍ତ୍ର ରଚୟିତା ଚାଣକ୍ୟ ଏହାର ସହଜ ବାଟଟି କହି ଯାଇଛନ୍ତି। ତେବେ, ଜାଣନ୍ତୁ କ’ଣ କଲେ ଆମେ ଆମର ସାମ୍ନା ଲୋକଙ୍କୁ ନିଜ ଆଡକୁ ଆକୃଷ୍ଟ କରିପାରିବା।

ଯଦି ଆପଣ ଚାହାନ୍ତି ସାମ୍ନା ଲୋକ ଆପଣଙ୍କୁ ପସନ୍ଦ କରନ୍ତୁ ତେବେ ଆପଣଙ୍କୁ ଶୁଣିବା ଶକ୍ତି ବଢ଼ାଇବାକୁ ହେବ। ଆପଣ ଲୋକଙ୍କୁ ଯେତେ ଶୁଣିବେ ଲୋକ ଆପଣଙ୍କୁ ସେତେ ଭଲପାଇବେ। ସବୁବେଳେ ନିଜ କଥା କହିବାକୁ ପସନ୍ଦ କରୁଥିବା ଲୋକଙ୍କୁ ସାମ୍ନା ଲୋକ ଆଦୌ ବି ପସନ୍ଦ କରିନଥାନ୍ତି।

Indus Library

ସେହିପରି ଆପଣ କୌଣସି ଲୋଭୀ ବ୍ୟକ୍ତିଙ୍କୁ ଜ୍ଞାନ ବାଣ୍ଟି ନିଜ ପ୍ରତି ଆକୃ‌‌ଷ୍ଟ କରାଇପାରିବେ ନାହିଁ। ଆପଣଙ୍କୁ ଜ୍ଞାନ ବାଣ୍ଟିବା ପାଇଁ ଜିଜ୍ଞାସା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଉଚିତ। ଲୋଭୀ ବ୍ୟକ୍ତି କେବଳ ଧନଧାନ୍ୟରେ ସନ୍ତୁଷ୍ଟ ହୋଇଥାନ୍ତି।

ଯଦି ସବୁ ସ୍ଥାନରେ ସମ୍ମାନୀୟ ହେବାକୁ ଚାହାନ୍ତି ତେବେ ଆପଣଙ୍କୁ ଅଧିକରୁ ଅଧିକ ଶିକ୍ଷା ଗ୍ରହଣ କରିବା ଉଚିତ। ଶିିକ୍ଷିତ ଲୋକମାନେ ସବୁଆଡ଼େ ପୂଜା ପାଇଥାନ୍ତି।

ସମ୍ବନ୍ଧିତ ଖବର