ହିନ୍ଦୁ ଯୁବକଙ୍କୁ ନିଜର କିଡନି ଦାନ କରି ଚର୍ଚ୍ଚାରେ ବିଶପ

ତିରୁବନନ୍ତପୁରମ: କେରଳର ଜଣେ ଖ୍ରୀଷ୍ଟିୟାନ ବ୍ୟକ୍ତି ଜଣେ ହିନ୍ଦୁ ଲୋକକୁ ନିଜର କିଡ୍‌ନି ଦାନ କରି ବେଶ ଚର୍ଚ୍ଚାରେ ରହିଛନ୍ତି। ୩୦ ବର୍ଷିଅ ହିନ୍ଦୁ ଯୁବକ ଦୀର୍ଘ ଦେଢ଼ ବର୍ଷ ହେବ ନିଜର କିଡ୍‌ନି ହରାଇ ବସିଥିଲେ। ତାଙ୍କ ଜୀବନ ବଞ୍ଚାଇବାକୁ ଯାଇ ଜଣେ ବିଶପ ଏପରି କିଡ୍‌ନି ଦେବା ଘଟଣା ଚାରିଆଡ଼େ ଏବେ ଚର୍ଚ୍ଚା ପାଲଟିଛି। ଜଣେ ହିନ୍ଦୁ ବ୍ୟକ୍ତିକୁ ଜୀବନ୍ତ ଅବସ୍ଥାରେ କୌଣସି ବିଶପ କିଡନି ଦାନ କରିବା ଘଟଣାଟି ପ୍ରଥମ ଥର ପାଇଁ ଘଟିଛି।

ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ସୂରଯ ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି, ‘ଯେତେବେଳେ ପରିସ୍ଥିତି ମୋ ହାତ ବାହାର ହୋଇଗଲା ମୁଁ ସେତେବେଳେ ଚିକିତ୍ସା ଆରମ୍ଭ କଲି। ମୋତେ ଚିକିତ୍ସିତ ହେବାର ପ୍ରାୟ ଦେଢ଼ ବର୍ଷ ହୋଇଗଲାଣି। ମୁଁ ଶୁଣିଲି ଯେ ମୋତେ ବଞ୍ଚାଇବା ପାଇଁ ବିଶପ ତାଙ୍କ କିଡନି ମୋତେ ଦେଇଛନ୍ତି। ସେ ଏବେ ମୋ ପାଇଁ ଜଣେ ଭଗବାନଙ୍କଠାରୁ କମ୍‌ ନୁହଁନ୍ତି।’

ସମ୍ବନ୍ଧିତ ଖବର