ମହିଳାଙ୍କ ଶରୀରର କେଉଁ ଅଙ୍ଗରେ ଝିଟିପିଟି ପଡ଼ିଲେ କ’ଣ ସୂଚନା ମିଳିଥାଏ ?

ପଲ୍ଲୀ ବା ଝିଟିପିଟି ଯଦି ଶରୀରର କୌଣସି ଅଙ୍ଗରେ ପଡେ ତେବେ ତାକୁ ନେଇ ଆଶଙ୍କା ପ୍ରକାଶ କରାଯାଇଥାଏ। କେବେ କେବେ କବାଟ ଫାଟ, ଛାତ, କାନ୍ଥ ହଠାତ୍‌ ଝିଟିପିଟି ମୁଣ୍ଡ, କାନ୍ଧ, ପିଠି ଏବଂ ପାଦ ଉପରକୁ ଖସି ପଡ଼ିଥାଏ। ଏହାକୁ ପଲ୍ଲୀପତନ କହନ୍ତି। ଏଥିରୁ ବ୍ୟକ୍ତିଙ୍କର ଓ ତାଙ୍କ ସମ୍ପର୍କୀୟଙ୍କର ଭଲମନ୍ଦର ଆଭାସ ମିଳେ ବୋଲି ତିରୁମଲ ତିରୁପତି ଦେବସ୍ଥାନ ପଞ୍ଚାନଗମ କହନ୍ତି । ତେବେ ଆସନ୍ତୁ ଜାଣିବା ମହିଳାଙ୍କ କ୍ଷେତ୍ରରେ କ‘ଣ ଘଟିଥାଏ।

ମହିଳାମାନଙ୍କ କ୍ଷେତ୍ରରେ ଏହା ପୁରୁଷଙ୍କର ବିପରୀତ ଘଟିଥାଏ ବୋଲି ବିବେଚନା କରାଯାଏ। ମହିଳାଙ୍କ ଡାହାଣ ପଟରେ ପଲ୍ଲୀପତନ ହେଲେ ଦୁର୍ଭାଗ୍ୟ, ବାମ ପାର୍ଶ୍ୱରେ ପଡ଼ିଲେ ସୌଭାଗ୍ୟ ବୋଲି କୁହାଯାଏ।
କିନ୍ତୁ କୌଣସି ମହିଳାଙ୍କର ଡାହାଣ କାନରେ ଝିଟିପିଟି ପଡ଼େ, ତେବେ ତାଙ୍କୁ ଆଭୂଷଣ ପ୍ରାପ୍ତ ହେବ। ମହିଳାଙ୍କର ବାମ ପାର୍ଶ୍ୱ ଗାଲ ଉପରେ ଝିଟିପିଟି ପଡ଼ିଲେ ଯଥା ଶୀଘ୍ର ଆପଣଙ୍କ ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବାର ସମ୍ଭାବନା ଥାଏବ ।ମ ହାତରେ ଝିଟିପିଟି ପଡ଼ିଲେ ନୂତନ ବସ୍ତ୍ର ପ୍ରାପ୍ତ ହୁଏ।ବାମ କାନ୍ଧ ଉପରେ ଝିଟିପିଟି ପଡ଼ିଲେ ବହୁତ ଶୀଘ୍ର ଆପଣଙ୍କ ଶତ୍ରୁର ବିନାଶ ହେବାର ସମ୍ଭାବନା ରହିଥାଏ। ଝିଟିପିଟି ମୁଣ୍ଡ ଉପରେ ପଡ଼ିଲେ ମୃତ୍ୟୁ ଯୋଗ ବୋଲି କୁହାଯାଏ।

photo–youtube

ବାମ ଆଖି ଉପରେ ଝିଟିପିଟି ପଡ଼ିଲେ, ଆପଣଙ୍କୁ ପ୍ରେମ ମିଳିବ। କିନ୍ତୁ ଯଦି ଡାହାଣ ଆଖିଉପରେ ପଡ଼େ ତେବେ ମାନସିକ ଚାପରେ ରହିବେ। ଯଦି ଡାହାଣ ଗାଲରେ ଝିଟିପିଟି ପଡ଼େ ତେବେ ପୁତ୍ରଲାଭର ଯୋଗ ରହିଛି ବୋଲି ଜାଣନ୍ତୁ।

ଉପର ଓଠରେ ଯଦି ଝିଟିପିଟି ପଡ଼େ ତେବେ ଜାଣନ୍ତୁ ,କାହା ସହ କଳହ ହେବ। ଅପରପକ୍ଷରେ ତଳ ଓଠରେ ପଡ଼ିଲେ ନୂତନ ଦ୍ରବ୍ୟ ପ୍ରାପ୍ତିର ସୂଚନା ମଳିଥାଏ। ମହିଳାଙ୍କର ଆଣ୍ଠୁରେ ଝିଟିପିଟି ପଡ଼ିଲେ ଢ଼େର ଭଲପାଇବା ମିଳିଥାଏ।

ସମ୍ବନ୍ଧିତ ଖବର