କଳିଯୁଗ ସଂପର୍କରେ ଯାହା କହିଥିଲେ ବ୍ୟାସଦେବ, ତାହା ଆଜି ସତ !

ଦ୍ୱାପର ଯୁଗର ସମାପ୍ତି ସମୟ ଏବଂ କଳିଯୁଗର ପ୍ରାରମ୍ଭ ସମୟ ଥିଲା । ସେହି ସମୟରେ ବ୍ୟାସଦେବଙ୍କୁ କଳିଯୁଗର ଦର୍ଶନ ହୋଇଥିଲା । ପାଞ୍ଚ ହଜାର ବର୍ଷ ପୂର୍ବେ ସେ ଯେଉଁ କଳି ଯୁଗର ଯେଉଁ ବର୍ଣ୍ଣନା କରିଥିଲେ, ତାହା ଆଜି ପ୍ରତିଫଳିତ । ସେ କହିଥିଲେ କଳିଯୁଗରେ ଜୀବନ ଅର୍ଥ ଓ କାମରେ ହିଁ ପୂରଣ ହୋଇଯିବ । ଜୀବନ କେବଳ ଭୋଗ ପ୍ରଧାନ ହେବ । କଳିଯୁଗରେ ଲୋକେ କୁଳ, ଗୋତ୍ର, ଜାତିର ବିଚାର କରିବେ ନାହିଁ । ପ୍ରେମ ବିବାହର ବିଶେଷ ପ୍ରଚଳନ ହେବ । ବହୁତ ବର୍ଣ୍ଣସଙ୍କର ଓ ଜାତିସଙ୍କର ଜନ୍ମ ହେବେ ।

photo–amaruala

କଳିଯୁଗରେ ଲୋକେ ବେଦାଧ୍ୟୟନ କରିବେ ନାହିଁ । ବେଦରୁ ଅଧିକ ବୁଝିବା ଖୁବ୍‌ କଷ୍ଟକର । ବେଦାର୍ଥ ବୁଝାମଣା ଲାଗି ବ୍ୟାସଦେବ ପୁରାଣ ରଚନା କରିଲେ । ବେଦର ଅଧିକାର ସମସ୍ତଙ୍କୁ ଦିଆଯାଇ ନାହିଁ । ଆଜିକାଲି ବ୍ରାହ୍ମଣ ସମସ୍ତଙ୍କ ପାଖରେ ବେଦ ମନ୍ତ୍ର ବୋଲିବାରେ ଲାଗିଛନ୍ତି । ଏହା ଦ୍ୱାରା ବ୍ରହ୍ମତେଜର ନାଶ ହୋଇଗଲା । ଯିଏ ବେଦ ଶାଖା ରହିତ, ତା’ ନିକଟରେ ବେଦ ମନ୍ତ୍ର ବୋଲିବା ଉଚିତ୍‌ ନୁହେଁ । ଏଥିପାଇଁ ଭଗବାନ ବ୍ୟାସ ମହାଭାରତ ରଚନା କରିଲେ, ମହାଭାରତକୁ ପଞ୍ଚମ ବେଦ ବୋଲି କୁହାଗଲା । ସାଧାରଣ ଲୋକ ମନେ କରନ୍ତି ଯେ ମହାଭାରତ ରେ କେବଳ କୌରବ-ପାଣ୍ଡବଙ୍କର ଯୂଦ୍ଧ ଓ କଳହ ପ୍ରସଙ୍ଗ ରହିଛି । କିନ୍ତୁ ଏଥିରେ ଅନେକ ଗୁଢ ତତ୍ତ୍ୱ ରହିଛି, ଯାହା ବେଦ ତୁଲ୍ୟ ।

ସମ୍ବନ୍ଧିତ ଖବର