ଆଇପିଏଲ : ସୁନୀଲ ନାରାୟଣଙ୍କ ବିସ୍ଫୋରକ ବ୍ୟାଟିଂ, ଦିଲ୍ଲୀ ଆଗରେ ୨୭୩ ରନର ଲକ୍ଷ୍ୟ ରଖିଲା କୋଲକାତା

ବିଶାଖାପାଟଣା : ବିଶାଖାପାଟଣାଠାରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ୧୬ତମ ମ୍ୟାଚରେ ରନ ବର୍ଷା କରିଛି କୋଲକାତା ନାଇଟରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ ଆଗରେ ୨୭୩ ରନର ଲକ୍ଷ୍ୟ ରଖିଛି ।

ଏହି ମ୍ୟାଚରେ କୋଲକାତା ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ବ୍ୟାଟ୍ସମ୍ୟାନମାନେ ଆରମ୍ଭରୁ ହିଁ ଦ୍ରୁତ ଗତିରେ ରନ କରିବା ଆରମ୍ଭ କରିଥିଲେ ଓ ଦଳ ପାଇଁ ଏକ ଭଲ ମୂଳଦୁଆ ସ୍ଥାପନ କରିଥିଲେ । ଓପନର ଫିଲିପ ସଲ୍ଟ ୧୮ ରନ କରି ଆଉଟ ହେବା ପରେ ବି ଅନ୍ୟ ଓପନର ସୁନୀଲ ନାରାୟଣ ଦ୍ରୁତ ବ୍ୟାଟିଂ ଜାରି ରଖିଥିଲେ । ସେ ମାତ୍ର ୩୯ ବଲରୁ ୮୫ ରନ କରିଥିଲେ । ତାଙ୍କ ପରେ ଆସିଥିବା ନବାଗତ ଅଙ୍ଗକ୍ରିସ୍ ରଘୁବଂଶୀ ମାତ୍ର ୨୭ ବଲରୁ ୫୪ ରନ କରିଥିବାବେଳେ ଆନ୍ଦ୍ରେ ରସେଲ୍ ୪୧ରନ କରିଥିଲେ । ରିଙ୍କୁ ସିଂ ମାତ୍ର ୮ଟି ବଲ ଖେଳି ୨୬ରନ କରିଥିଲେ । ଫଳରେ କେକେଆର ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୨୭୨ ରନ କରିଥିଲା । ଦିଲ୍ଲୀ ପକ୍ଷରୁ ଏନରିଚ ନୋର୍ଜି ୩ଟି ଓ ଇଶାନ୍ତ ଶର୍ମା ୨ଟି ଓ୍ବିକେଟ ନଇଥିଲେ ।

ସମ୍ବନ୍ଧିତ ଖବର