ବାତ୍ରାଙ୍କୁ ଓଡ଼ିଶା ଅଲିମ୍ପିକ ସ˚ଘ ପକ୍ଷରୁ ସମ୍ବର୍ଦ୍ଧନା

କଟକ: ଭାରତୀୟ ଅଲିମ୍ପିକ ସ˚ଘ ସଭାପତି ନରିନ୍ଦର ଧ୍ରୁବ ବାତ୍ରାଙ୍କୁ ଓଡ଼ିଶା ଅଲିମ୍ପିକ ସ˚ଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଓଡ଼ିଶା ଦୌଡ଼କୁଦ ସ˚ଘ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମ୍ବର୍ଦ୍ଧନା ସଭାରେ ଅଲିମ୍ପିକ ସ˚ଘ ସଭାପତି ଜଗମୋହନ ପଟ୍ଟନାୟକ, ସମ୍ପାଦକ ଅଭିଜିତ ପାଲ୍‌, କୋଷାଧ୍ୟକ୍ଷ ଅଧୀପ ଦାସ, ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସ˚ଜୟ ବେହେରା ଓ ଅନ୍ୟାନ୍ୟ ଜିଲ୍ଲା କର୍ମକର୍ତ୍ତମାନେ ବାତ୍ରାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମିକୁ ବାତ୍ରା ପ୍ରଶ˚ସା କରିଥିଲା ବେଳେ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ସ˚ଘମାନଙ୍କ ମଧ୍ୟରେ ଗଣାହେଉଥିବା ସେ କହିଥିଲେ।

୨୦୨୨ ମସିହାରେ ଆୟୋଜନ ହେବାକୁଥିବା ଜାତୀୟ କ୍ରୀଡ଼ାର ଆୟୋଜକଙ୍କ ମଧ୍ୟରେ ଓଡ଼ିଶାର ନାମକୁ ବିଚାର କରାଯାଉଥିବା ସେ ସୂଚନା ଦେଇଛନ୍ତି। ବର୍ତ୍ତମାନ ଓଡ଼ିଶାରେ ସମସ୍ତ କ୍ରୀଡ଼ା ଆୟୋଜନ ପାଇଁ ବିଶ୍ବସ୍ତରୀୟ ଭିତ୍ତିଭୂମି ରହିଛି। ଏପରିକି ଏକାଥରକେ ୨୦ ହଜାର ଲୋକଙ୍କୁ ରଖିପାରିବା ଭଳି ସୁବିଧା ମଧ୍ୟ ଅଛି। ତେବେ ଓଡ଼ିଶାରେ ଜାତୀୟ କ୍ରୀଡ଼ା ଆୟୋଜନ ସମ୍ଭାବନା ଉପରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର